ତେଲକୋଇ, ୨୯/୦୯: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ବନ୍ଦନଝରି ସଂରକ୍ଷିତ ଜଙ୍ଗଲର ପୁରୁଷୋତ୍ତମପୁର ଗାଁ ନିକଟ ଠେଙ୍ଗିରିତଇଲା ଜଙ୍ଗଲରେ ବୁଲୁଛି ଅସୁସ୍ଥ ମାଈ ହାତୀ। ହାତୀର ବାମ ଗୋଡ଼ରେ ଆଘାତ ଯୋଗୁଁ ଛୋଟେଇ ଛୋଟେଇ ଚାଲୁଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ହାତୀର ଗୋଡ ଫୁଲି ଯାଇଥିବା ବେଳେ ତିନିଟି ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଲୋକେ ଦେଖିଛନ୍ତି । ସେଥିପାଇଁ ହାତୀଟିକୁ ଗୁଳି ବାଜିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
ତେବେ ବନବିଭାଗର କୌଣସି ଅଧିକାରୀ ଏନେଇ ସ୍ପଷ୍ଟ କରିନାହାନ୍ତି ।ବନବିଭାଗର କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଥିବାବେଳେ ତିନି ଦିନ ବିତିଯାଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଅସୁସ୍ଥ ହାତୀକୁ ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଇନଥିବା ଦେଖିବାକୁ ମିଳିଛି।