ରିଆମାଳ, ୦୮/୧୦: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ରେଙ୍ଗାଲବେଡା ସେକ୍ସନ ଟିଂକବିର ବିଟ ମହାସିନ୍ଧୁ କାଉଁଶିତଇଲା ଠାରେ ଏକ ଦନ୍ତାହାତୀର ମୃତଦେହ ମୁଖ୍ୟ ରାସ୍ତା କଡ଼ରୁ ଉଦ୍ଧାର ହୋଇଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।          ​​​​​​​

ସୂଚନା ମୁତାବକ, ହାତୀଟି କିଛି ଦିନ ହେଲା ଏହି ଅଞ୍ଚଳରେ ରହି ଉପଦ୍ରବ କରୁଥିଲା। କୌଣସି କାରଣରୁ ମଙ୍ଗଳବାର ବିଳମ୍ୱିତ ରାତିରେ ହାତୀର ମୃତ୍ୟୁ ଘଟିଥିବା ବେଳେ ଭୋରୁ ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ, ଫରେଷ୍ଟର ପ୍ରଦୀପ ଶତପଥି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।