ତୁରେକେଲା,୧୧/୧୨: ଥମୁନି ହାତୀ ଉପଦ୍ରବ । ରାଜ୍ୟରେ ବଢିଚାଲିଛି ହାତୀ ଓ ମଣିଷ ଭିତରେ ଲଢେଇ । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ହେଉଛି । ଏହାରି ଭିତରେ ଆଉ ଗୋଟିଏ ମୁଣ୍ଡ ନେଇଛି ଦନ୍ତା । ଘରୁ ଟାଣି ଆଣି ଜଣେ ମହିଳାଙ୍କୁ ଦଳିଦେଲା ହାତୀ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ସାନବାଙ୍କି ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣଙ୍କ  ସାନବାଙ୍କି ଗାଁର ମନ୍ଦାର ପୁଟେଲ ବୋଲି ଜଣାପଡିଛି।  

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ  ଛତରଦାଣ୍ଡି ଜଙ୍ଗଲରେ  ୩୦ ଟିକିଆ ହାତୀପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି।ଗାଁ ଗାଁକୁ ଯାଇ ଘରଦ୍ୱାର ଭାଙ୍ଗୁଛନ୍ତି  ହାତୀପଲ। ଗତକାଲି ରାତିରେ ସାନବାଙ୍କି ଗ୍ରାମର  ମନ୍ଦାର ପୁଟେଲଙ୍କୁ ଘରୁ ଟାଣି ନେଇ ଦଳିଦେଇଥିବା ସୂଚନା ମିଳିଛି। 
 ମୃତକଙ୍କ ୩ ପୁଅ ଝିଅ ମହିଳାଙ୍କ ମୃତ ପରେ ଅସହାୟ ହୋଇପଡ଼ିଛନ୍ତି। ଏନେଇ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ।