ତେଲକୋଇ,୦୨/୧୨: ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଯୁବକ ମୃତ। କେନ୍ଦୁଝର ଜିଲ୍ଲା ତେଲକୋଇରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ସଲେଇକେନା ପଞ୍ଚାୟତ ରୁଗୁଡିହ ଗାଁର ଚକ୍ରଧର ମହାରଣା ବୋଲି ଜଣାପଡିଛି। ସୂଚନା ମୁତାବକ, ବାରାହାଦେବତା ବିଟ ଅଞ୍ଚଳରେ ୩୯ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଫସଲକୁ ସୁରକ୍ଷା ଦେବା ପାଇଁ ଧାନ ଜମିରେ ହାତୀ ପଲଙ୍କୁ ଘଉଡାଇବା ବେଳେ ଦନ୍ତା ହାତୀ ଆକ୍ରମଣରେ ବାଘମୁଣ୍ଡା ସାହି ନିକଟରେ ଯୁବକଙ୍କ ମୃତ୍ୟ ହୋଇଥିବା ସୂଚନା ମିଳିଛି।