ରିଆମାଳ,୦୮/୦୩:ଥମୁନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର । ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଖିଲେଇରୁ ସାମ୍ନାକୁ ଆସିଛି ଏହି ଘଟଣା। ତେବେ ଗୁରୁତର ଯୁବକ ଜଣକ ହେଲେ ଖିଲେଇ ଗ୍ରାମର ରମଣି ବେହେରା ବୋଲି ଜଣାପଡ଼ିଛି।
ଏହା ମଧ୍ୟ ପଢନ୍ତୁ- କୋଟିଏରୁ ଅଧିକ ମହିଳାଙ୍କୁ ମିଳିଲା 'ସୁଭଦ୍ରା' ଦ୍ୱିତୀୟ କିସ୍ତି, ବ୍ରହ୍ମପୁର ସମାବେଶରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ରେଞ୍ଜର ନିରଞ୍ଜନ ଧରୁଆଙ୍କ ସୂଚନା ଅନୁସାରେ, ଖିଲେଇ ଗ୍ରାମର ରମଣି ବେହେରା ନିଜ ଆଳୁ କିଆରୀକୁ ଆଳୁ ଖୋଲିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ଏକ ହାତୀ ପଲ ହାବୁଡ଼ରେ ପଡିଯିବାରୁ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଏନେଇ ତାଙ୍କୁ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଉଦ୍ଧାର କରି ନିକଟସ୍ଥ ଡାକ୍ତର ଖାନରେ ଭର୍ତ୍ତି କରିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି।