ଭୁବନେଶ୍ୱର, ୦୮/୦୩: ଆନ୍ତର୍ଜାତିକ ମହିଳା ଦିବସରେ ଖୁସି ହେଲେ ମହିଳା । ସଶକ୍ତ ହେଲା ନାରୀ ଶକ୍ତି । ମହିଳାଙ୍କ ବ୍ୟାଙ୍କ ଖାତାକୁ ଗଲା ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି । ବ୍ରହ୍ମପୁର ସମାବେଶରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଟିଏରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପଠାଗଲା ୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ରାଶି । ସୁଭଦ୍ରା ଯୋଜନା ସାହାଯ୍ୟରେ ମହିଳାମାନଙ୍କୁ ଆର୍ଥିକ ସ୍ଵଚ୍ଛଳତା ଓ ସ୍ବାବଲମ୍ବୀ କରିବା ସହିତ ଲକ୍ଷାପତି ଦିଦି ହେବାର ସୁଯୋଗ ମିଳିବ । ଲକ୍ଷପତି ଦିଦି ହେବାର ଓଡ଼ିଆ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ଉପମୁଖ୍ୟାମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ l

ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏଯାଏଁ ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଛନ୍ତି । ଶନିବାର ସେମାନେ ପୁଣି ୫ ହଜାର ଟଙ୍କା ପାଇଛନ୍ତି । ଗୋଟିଏ ଦିନରେ ଏହି ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ କ୍ରମେ ଶୁକ୍ରବାର ସୁଭଦ୍ରା ହିତାଧିକାରୀମାନେ ଘରର ମୁଖ୍ୟ ଦ୍ୱାରରେ ମା’ସୁଭଦ୍ରାଙ୍କ ନାଁରେ ସନ୍ଧ୍ୟାରେ ଦୀପ ଜାଳିଛନ୍ତି ।

ସୁଭଦ୍ରା ଯୋଜନା ପାଇଁ ୧ କୋଟି ୮ ଲକ୍ଷ ଆବେଦନ କରିଛନ୍ତି । ମାର୍ଚ୍ଚ ୩୧ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର । ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ହଜାର ଟଙ୍କା ମିଳିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ପଡ଼ିବେନି ତାକୁ ଗୁରୁତ୍ୱ ଦେଇ ସରକାର ସବୁପ୍ରକାର ଅନୁକୂଳ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁଭଦ୍ରା ଯୋଜନା ଅନ୍ତର୍ଗତ ଗରିବ ଝିଅଙ୍କୁ ବିବାହ କରିବାର ସୌଭାଗ୍ୟ ପ୍ରାପ୍ତ କରିଛି ବିଜେପି ସରକାର । ପୁରୀ ଦର୍ଶନ କରିବା ସହିତ ଅନେକ ଲୋକାଭିମୁଖୀ ଯୋଜନାକୁ ସରକାର ଅଗ୍ରସର କରିଛନ୍ତି । ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଓ କୃଷକଙ୍କ ପାଇଁ ବନସର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏ ଅବସରରେ ୪୯୨ କୋଟି ଟଙ୍କାର ୩୦ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ୧୪୫ କୋଟିର ୫୧ଟି ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ l