ଭୁବନେଶ୍ବର, ୧୬।୬ : ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର । ଏନକାଉଣ୍ଟରରେ ଅପରାଧୀ ଦୀପୁନା ନାୟକ ଆହତ । ପୁଲିସ ନଜରରେ ଦୀର୍ଘଦିନ ଧରି ରହିଥିଲା ଦୀପୁନା। ତେବେ ଦୀପୁନା ପୁଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଛି। ଦୀପୁନାଙ୍କୁ ସ୍ଥାନୀୟ ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହତ୍ୟା ମାମଲରେ ଦୀପୁନା ସମ୍ପୃ୍କ୍ତ ରହିଛି ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ଉପରେ ପୁଲିସ ଦୀର୍ଘ ଦିନରୁ ନଜର ରଖିଥିଲା। ଶନିବାର ଓଭରବ୍ରିଜରୁ ଜଣେ ଯୁବକଙ୍କୁ ତଳକୁ ଠେଲି ଦେଇଥିଲା ଦୀପୁନା। ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଦୀପୁନାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରିଥିଲା। ତେବେପୁଲିସକୁ ଚକମା ଦେଖାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏପରିକି ଦୀପୁନା ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍ ଆତ୍ମରକ୍ଷା ପାଇଁ ଦୀପୁନାଙ୍କୁ ଗୁଳି କରିଥିଲା। ଏଥିରେ ଦୀପୁନା ଆହତ ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ ଦୀପୁନା ନାମରେ ବିଭିନ୍ନ ଥାନାରେ ୧୨ରୁ ଅଧିକ ଅପରାଧିକ ମାମଲା ରହିଛି।
ସୂଚନାଯୋଗ୍ୟ ଯେ , କିଛି ଦିନ ତଳେ ଝାରସୁଗୁଡ଼ାରେ ୨ଜଣ ଅପରାଧୀଙ୍କୁ ପୁଲିସ୍ ଏନକାଉଣ୍ଟର୍ କରିଥିଲା। ବେଲପାହାଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ସାମାନ୍ୟ ବଚସାରୁ ସମ୍ବଲପୁରର ୨ଜଣ ଅପରାଧୀ ଜଣେ ବାଇକ ଚାଳକଙ୍କୁ ହତ୍ୟା କରିଥିଲେ। ଏଥିରେ ପୁଲିସ ୨ ଅପରାଧୀଙ୍କୁ ଧରିବାକୁ ଚେଷ୍ଟା କରିଥିବା ବେଳେ ସେମାନେ ପାଲଟା ଆକ୍ରମଣ କରିବାକୁ ପୁଲିସ୍ ଏନଉଣ୍ଟର୍ କରିଥିଲା।
ଆହୁରି ପଢନ୍ତୁ ; ନିର୍ମାଣାଧୀନ କାନ୍ଥ ଭୁଶୁଡି ଶ୍ରମିକ ମୃତ