ନୂଆଦିଲ୍ଲୀ, ୬।୨: ଆତ୍ମହତ୍ୟା କରିଥିଲା ଯୌନ ଅପରାଧୀ ଜେଫ୍ରୀ । ୨୦୧୯ ମସିହାରେ ଏପଷ୍ଟିନ୍ ସହ ଜଡ଼ିତ ହଜାର ହଜାର ଦସ୍ତାବିଜ ପ୍ରକାଶ କରିଥିଲା ନ୍ୟାୟ ବିଭାଗ । ଏଥିରେ ଯୁବତୀଙ୍କ ସହ ବାଥଟବରେ ନଜର ଆସିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ । ୫ ଯୁବତୀଙ୍କ କୋଳର ନଜର ଆସିଛନ୍ତି ବ୍ରିଟେନର ପ୍ରିନ୍ସ ଆଣ୍ଡ୍ରିଉ । ଆହୁରି ହଜାର ହଜାର ଫାଇଲ୍ ଏବେ ବି ନ୍ୟାୟ ବିଭାଗ ପାଖରେ ରହିଛି । ତେବେ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତାହାକୁ ଏବେ ଜାରି କରାଯାଇ ନାହିଁ ବୋଲି ସଫେଇ ଦେଇଛି ବିଭାଗ । ତଦନ୍ତ ଏହା ବିରୋଧରେ ମହାଭିଯୋଗ ଆଣିବାକୁ ଡେମୋକ୍ରାଟିକ ପାର୍ଟି ଧମକ ଦେଇଛି । ଏବେ ଏପଷ୍ଟିନ୍ ଫାଇଲ୍ସ ତାଲିକାରେ ବଲିଉଡ୍‌ର ନାମୀଦାମୀ ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁ ସାମିଲ ଥିବା ଜଣାପଡ଼ିଛି ।

ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ:

ଏପଷ୍ଟିନ୍ ଫାଇଲରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କୁ 'ବଲିଉଡ ଗାଏ' ଭାବରେ ଉଲ୍ଲେଖ କରାଯାଇଛି । ଜେଫରି ଏପଷ୍ଟିନ୍ ଏବଂ ଗିଉସେପେ ବେରସାନି, ଜିନୋ ୟୁ ଏବଂ ଅର୍ନେଲା କୋରାଜା ଭଳି ବ୍ୟକ୍ତିଙ୍କ ମଧ୍ୟରେ ଇମେଲ୍‌ରେ ଆଲୋଚନା ସମୟରେ, ଅନୁରାଗ କଶ୍ୟପଙ୍କୁ 'ଜଣେ ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ' ଭାବେ ଉଲ୍ଲେଖ କରାଯାଇଥିଲା । ତେବେ ଜେଫରି ଏପଷ୍ଟିନ୍‌ଙ୍କ ଅପରାଧ ସହିତ ଅନୁରାଗ କଶ୍ୟପଙ୍କ ସମ୍ପର୍କର କୌଣସି ସଠିକ୍ ପ୍ରମାଣ ନାହିଁ ।

ଜୋହରାନ ମାମଦାନିଙ୍କ ମା’ ମୀରା ନାୟର:

ନ୍ୟୁୟର୍କ ସିଟି ମେୟର ଜୋହରାନ୍ ମାମଦାନିଙ୍କ ମା’ ତଥା ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର । ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଯେଉଁ ଫାଇଲଗୁଡ଼ିକ ପ୍ରକାଶିତ ହୋଇଛି, ସେଥିରେ ମୀରା ନାୟରଙ୍କ ନାଁ ମଧ୍ୟ ଉଲ୍ଲେଖ ଅଛି । ୨୦୦୯ ମସିହାରେ ଦୋଷୀ ସାବ୍ୟସ୍ତ ସେକ୍ସ ଟ୍ରାଫିକର ଘିସଲେନ୍ ମ୍ୟାକ୍ସୱେଲଙ୍କ ଘରେ ଏକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । 

ଦୀପକ ଚୋପ୍ରା:

ଏପଷ୍ଟିନ୍ ଫାଇଲ୍ସରେ ଭାରତୀୟ ବଂଶୋଦ୍ଭବ ୱେଲନେସ୍ ଗୁରୁ, ଦୀପକ ଚୋପ୍ରାଙ୍କର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ୨୦୦୮ରେ ଏପଷ୍ଟିନ୍ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଅନେକ ଥର ଜେଫ୍ରି ଏପଷ୍ଟିନ୍‌ଙ୍କ  ସହ ସାକ୍ଷାତ କରିଥିଲେ । ସେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ ମାର୍ଲା ମାପଲ୍ସଙ୍କ ବିଷୟରେ ଏପଷ୍ଟିନ୍‌ଙ୍କୁ ଅନେକ ଇମେଲ୍ ମଧ୍ୟ ସେୟାର କରିଥିଲେ । ଅନେକ ଇମେଲରେ ଦୁହିଁଙ୍କ ମଧ୍ୟରେ ପରସ୍ପର କଥା ହୋଇଥିବା ସୂଚନା ରହିଛି । ଏହି ଇମେଲ ମଧ୍ୟରୁ ଗୋଟିଏରେ ଲେଖାହୋଇଛି, "ସେ କ'ଣ ତୁମ ବିରୁଦ୍ଧରେ ସିଭିଲ୍ ମାମଲା ପ୍ରତ୍ୟାହାର କରିଥିଲେ କି ?" ଏପଷ୍ଟିନ୍ ଉତ୍ତରରେ, "YuP," ଲେଖିଥିଲେ । ପରେ ଚୋପ୍ରା ଏପଷ୍ଟିନ୍‌ଙ୍କୁ "ଭଲ ।" ବୋଲି ଲେଖିଥିଲେ । 

ନନ୍ଦିତା ଦାସ:

ଏପଷ୍ଟାଇନ ଫାଇଲରେ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସଙ୍କ ନାଁ ମଧ୍ୟ ଉଲ୍ଲେଖ କରାଯାଇଥିଲା । ଜେଫ୍ରି ଏପଷ୍ଟିନ୍‌ଙ୍କୁ ଇଂଲଣ୍ଡର ସର୍ବବୃହତ ହ୍ରଦ କୂଳରେ ଏକ କାର୍ଯ୍ୟକ୍ରମରେ, ଲେକ୍ ଜିଲ୍ଲା ମହୋତ୍ସବରେ, କୁମ୍ବ୍ରିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେମ୍ ବେଣ୍ଡେଲଙ୍କ ଦ୍ୱାରା ନିମନ୍ତ୍ରଣ କରାଯାଇଥିଲା । ସେହି ସମୟରେ ନନ୍ଦିତାଙ୍କୁ ସେଠାରେ ଜଣେ ବକ୍ତା ଭାବରେ ନିମନ୍ତ୍ରଣ କରାଯାଇଥିଲା ।