ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ସରକାରୀ ଜାଗାରେ ଗଢ଼ି ଉଠିଥିଲା ବେଆଇନ ସତସଙ୍ଗ କେନ୍ଦ୍ର, ବୁଲିଲା ବୁଲଡୋଜର

Published By : Prameya | May 16, 2025 2:39 PM

ଢେଙ୍କାନାଳ, ୧୬।୫: ସରକାରୀ ଜାଗାରେ ଗଢ଼ି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ପାହାଡ଼ ଉପରେ ଗଢ଼ି ଉଠିଥିଲା ବେଆଇନ ସତସଙ୍ଗ କେନ୍ଦ୍ର‌‌‌ । ଦୀର୍ଘ ବର୍ଷ ଧରି ଏଠାରେ ତାଳବରକୋଟ ସମେତ ଆଖପାଖ ଅଞ୍ଚଳର ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଉପାସନା ଉଦ୍ଦେଶ୍ୟରେ ଏଠାରେ ଏକ କୋଠା ସମେତ କିଛି ଓପନ ପେଣ୍ଡାଲ ନିର୍ମାଣ କରିଥିଲେ । 

ପୂର୍ବରୁ ଏହି ବେଆଇନ ସତସଙ୍ଗ କେନ୍ଦ୍ରକୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା । କିନ୍ତୁ, ହାଇକୋର୍ଟରେ ସ୍ଥଗିତାଦେଶ ଆଣିଥିବାରୁ ଏହା ସମ୍ଭବ ହୋଇ ପାରିନଥିଲା । ଗତ ୯ ତାରିଖରେ ସ୍ଥଗିତାଦେଶ ଉଠିବା ପରେ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଶୁକ୍ରବାର ଏହାକୁ ଉଚ୍ଛେଦ କରାଯାଉଛି । ଗୋଟିଏ ବଡ଼ କୋଠା ସମେତ କିଛି ଓପନ୍ ପେଣ୍ଡାଲକୁ ଭଙ୍ଗାଯାଇଛି । ବିନା କୌଣସି ପ୍ରତିବାଦରେ ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ ହୋଇଥିବା  ସଦର ତହସିଲଦାର ସ୍ଵାଧୀନ ବେହେରା କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.