ଭୁବନେଶ୍ୱର, ୧୪/୦୩: ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ଜବତ ହେଲା କଲଭଟ୍‌ ତଳେ ଗଚ୍ଛିତ ରଖାଯାଇଥିବା ଡ୍ରମ୍‌ ଡ୍ରମ୍‌ ମହୁଲ ପୋଚ ଏବଂ ଦେଶୀ ମଦ । ସମସ୍ତ ମଦ ଏବଂ ପୋଚ ଜବତ କରି ନଷ୍ଟ କରିଛି ଅବକାରୀ ଟିମ୍‌ । ଚଢାଉ ବେଳେ ମଦ ବ୍ୟବସାୟୀ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡା ଅବକାରୀ ଥାନା ଅନ୍ତର୍ଗତ ଲିମା ଅଞ୍ଚଳର ବେଆଇନ୍‌ ମଦ ଭାଟିରେ ଏହି ଚଢାଉ ହୋଇଛି ।

ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ

ସୂଚନା ମୁତାବକ, ଲିମା ଅଞ୍ଚଳର ବେଆଇନ୍‌ ମଦ ଭାଟିରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଭାଟିରେ ଦେଶୀ ମଦ ପ୍ରସ୍ତୁତ ବେଳେ ଅବକାରୀ ବିଭାଗର ଟିମ୍‌ ଅତର୍କିତ ଚଢାଉ କରିଥିଲା । ଚଢାଉରେ କଲଭଟ ଏବଂ ମାଟି ତଳେ ଲୁଚା ଯାଇଥିବା ଦେଶୀ ମଦ ଏବଂ ପୋଚ ଜବତ କରାଯାଇଛି । ଏହି ଚଢାଉରେ ୫୦୦୦ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ ହୋଇଛି । ସମସ୍ତ ମଦ ଏବଂ ପୋଚକୁ ଅବକାରୀ ଟିମ୍‌ ନଷ୍ଟ କରିଛି । ହେଲେ ଏହି ଚଢଉ ବେଳେ ସମସ୍ତ ଚୋରା ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।