ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ

Published By : Harapriya Sethi | March 14, 2025 10:10 AM

ଭୁବନେଶ୍ୱର, ୧୪/୦୩: ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ଜବତ ହେଲା କଲଭଟ୍‌ ତଳେ ଗଚ୍ଛିତ ରଖାଯାଇଥିବା ଡ୍ରମ୍‌ ଡ୍ରମ୍‌ ମହୁଲ ପୋଚ ଏବଂ ଦେଶୀ ମଦ । ସମସ୍ତ ମଦ ଏବଂ ପୋଚ ଜବତ କରି ନଷ୍ଟ କରିଛି ଅବକାରୀ ଟିମ୍‌ । ଚଢାଉ ବେଳେ ମଦ ବ୍ୟବସାୟୀ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡା ଅବକାରୀ ଥାନା ଅନ୍ତର୍ଗତ ଲିମା ଅଞ୍ଚଳର ବେଆଇନ୍‌ ମଦ ଭାଟିରେ ଏହି ଚଢାଉ ହୋଇଛି ।

ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ

ସୂଚନା ମୁତାବକ, ଲିମା ଅଞ୍ଚଳର ବେଆଇନ୍‌ ମଦ ଭାଟିରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଭାଟିରେ ଦେଶୀ ମଦ ପ୍ରସ୍ତୁତ ବେଳେ ଅବକାରୀ ବିଭାଗର ଟିମ୍‌ ଅତର୍କିତ ଚଢାଉ କରିଥିଲା । ଚଢାଉରେ କଲଭଟ ଏବଂ ମାଟି ତଳେ ଲୁଚା ଯାଇଥିବା ଦେଶୀ ମଦ ଏବଂ ପୋଚ ଜବତ କରାଯାଇଛି । ଏହି ଚଢାଉରେ ୫୦୦୦ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ ହୋଇଛି । ସମସ୍ତ ମଦ ଏବଂ ପୋଚକୁ ଅବକାରୀ ଟିମ୍‌ ନଷ୍ଟ କରିଛି । ହେଲେ ଏହି ଚଢଉ ବେଳେ ସମସ୍ତ ଚୋରା ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.