ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ସାବୁନରୁ ନେଇ ଘର ପର୍ଯ୍ୟନ୍ତ ସବୁକିଛି ବିକ୍ରି କରନ୍ତି ପାକିସ୍ତାନୀ ସେନା, ଜାଣନ୍ତୁ କିଭଳି ଦେଶର ଅର୍ଥନୀତିକୁ କରିଛନ୍ତି ଦଖଲ ?

Published By : Prameya | May 6, 2025 8:31 PM

ନୂଆଦିଲ୍ଲୀ,୬।୫: ସବୁ ଦେଶ ପାଖରେ ନିଜର ସେନା ଥାଏ। କିନ୍ତୁ ପାକିସ୍ତାନ ସେନା ପାଖରେ ନିଜର ଦେଶ ରହିଛି। ତେବେ ଏକଥା ଆମେ ଏମିତି କହୁନୁ। ପାକିସ୍ତାନ ୭୮ ବର୍ଷର ଇତିହାସରେ ଅଧିକାଂଶ ସମୟ ସେନା ଶାସନ ହୋଇଛି। ଏହାଛଡା ଯଦି କେବେ ନିର୍ବାଚିତ ସରକାର କ୍ଷମତାକୁ ଆସନ୍ତି, ତେବେ ସେ କେବଳ ରିମୋଟ କନଟ୍ରୋଲ। ସ୍ଥିତି ଏପରି ଯେ, ପାକିସ୍ତାନ ସେନା ନିଜେ ସ୍ଥିର କରିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀ ହେବେ ଓ କିଏ ହେବେନି ? ଏହାଛଡା ଜାତୀୟ ସୁରକ୍ଷା ପରାମର୍ଶଦାତା, ଆଇଏସଆଇ ମୁଖ୍ୟ ଭଳି ପଦ ମଧ୍ୟ ସେନାର ଭିଟୋ ପାଓ୍ବାରରେ ଚାଲେ। ସେନାକୁ ଏହି ଶକ୍ତି ତା’ର ଆର୍ଥିକ ସାମ୍ରାଜ୍ୟକୁ ମିଳିଥାଏ। ପାକିସ୍ତାର ସେନା ଭାରତଠାରୁ ସମ୍ପୂର୍ଣ୍ଣ ଅଲଗା। ଭାରତରେ ରାଜନୈତିକ ନେତୃତ୍ବଙ୍କ ଅନୁସାରେ ସେନା କାମ କରିଥାଏ। କିନ୍ତୁ ପାକିସ୍ତାନରେ ଅର୍ଥନୀତିଠାରୁ ନେଇ ରାଜନୀତି ପର୍ଯ୍ୟନ୍ତ ସବୁକିଛି ସେନା ସ୍ଥିର କରିଥାଏ। ଏହାର ଆର୍ଥିକ ସାମ୍ରାଜ୍ୟ ଏତେ ବଡ ଯେ, ସାବୁନରୁ ନେଇ ଘର ସବୁକିଛି ତା’ର କମ୍ପାନୀ ବିକ୍ରି କରେ।

ପାକିସ୍ତାନ ସେନ ଏଭଳି ବହୁ ସହାୟକ କମ୍ପାନୀ ସ୍ଥାପିତ କରିଛି। ଯାହାର  ବଡ଼ ଆର୍ଥିକ ସାମ୍ରାଜ୍ୟ ରହିଛି। ଏହି କମ୍ପାନୀରେ ୪ ଜଣ ପ୍ରମୁଖ ଅଛି। ତାହା ହେଲା ଫୌଜି ଫାଉଣ୍ଡେସନ୍, ଆର୍ମି ଓ୍ବେଲଫେୟାର ଟ୍ରଷ୍ଟ, ସାହିନ ଫାଉଣ୍ଡେସନ୍‌। ଏହି କମ୍ପାନୀରେ ହଜାର ହଜାର ଲୋକ ଚାକିରୀ କରନ୍ତି। ଏହାର ଉତ୍ପାଦନ, ମାର୍କେଟିଂ ଓ ସେଲ୍‌ ପର୍ଯ୍ୟନ୍ତ କାମ ଉପରେ ପାକିସ୍ତାନ ବହୁ ଏଜେନ୍ସି ନଜର ରଖିଥାଏ। ଏହି କମ୍ପାନୀର ନିଜ ସେକ୍ଟରରେ ଏକ ପ୍ରକାର ଏକଛତ୍ରବାଦ ରାଜ ରହିଛି। ପାକିସ୍ତାନୀ ସେନାର ସବୁଠାରୁ ବଡ଼ ଓ ପ୍ରାରମ୍ଭିକ କମ୍ପାନୀ ହେଲା ଫୌଜି ଫାଉଣ୍ଡେସନ୍। ସାମ୍ବାଦିକା ଆୟେଶା ସିଦ୍ଧକି ଦୀର୍ଘ ଦିନର ରିସର୍ଚ୍ଚ ପରେ ପାକିସ୍ତାନୀ ସେନା ଉପରେ ଲେଖିଥିବା ପୁସ୍ତକ ‘ Military icn: inside Pakistan Military Economy ’ ରେ ବିସ୍ତାରିତ ଭାବରେ କହିଛନ୍ତି କିଭଳି ସେନା ବିଜନେସ୍ ଆରମ୍ଭ କରିଥିଲା। 

ସେ ଲେଖିଛନ୍ତି, ଫୌଜି ଫାଉଣ୍ଡେସନ୍‌ର ସ୍ଥାପନା ୧୯୫୪ ରେ ହୋଇଥିଲା। ଏହା ପାକିସ୍ତାନୀ ସେନାର କାରବାରରେ ପ୍ରଥମେ ପାଦ ଦେଇଥିଲା। ବର୍ତ୍ତମାନ ଫୌଜି ଫାଉଣ୍ଡେସନ୍‌ର ସମ୍ପତ୍ତିର ମୋଟ ମୂଲ୍ୟ ୩୫ ମିଲିୟନ ଡଲାର। କେବଳ ସେତିକି ନୁହେଁ ତା ପାଖରେ ୨୫ ପ୍ରୋଜେକ୍ଟ ରହିଛି। ଏଥିରୁ ୧୮ଟି ଉପରେ ତା’ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ବାକି ୭ଟି ଉପରେ ସହାୟକ କମ୍ପାନୀ କାମ କରୁଛନ୍ତି। ଫୌଜି ଫାଉଣ୍ଡେସନ୍‌ର ସହ ଜଡିତ କମ୍ପାନୀର ପୁରା ଲିଷ୍ଟ ମଧ୍ୟ ସେ ଦେଇଛନ୍ତି। ସେଥିରେ ଫାଉଣ୍ଡେସନ୍ ଗ୍ୟାସ୍, ଫୌଜି ସିକ୍ୟୁରିଟି ସର୍ଭିସେସ୍‌, ଫୌଜି ଶୁଗାର ମିଲ୍ଦ, ଫୌଜି କର୍ନ କମ୍ପଲେକ୍ସ। ଏହାଛଡା ଫାଉଣ୍ଡେସନ୍‌ ୟୁନିଭର୍ସିଟି ମଧ୍ୟ ଏହାର ସଂସ୍ଥା। କେବଳ ସେତିକି ନୁହେଁ ସିମେଣ୍ଟ କମ୍ପାନୀ, ଫୌଜି ଗ୍ୟାସ୍‌ କମ୍ପାନୀ ଓ ଫୌଜି ଫର୍ଟିଲାଇଜର ମଧ୍ୟ ଏହାର ରହିଛି। ଏକାକୀ ଏହି କମ୍ପାନୀରେ ହଜାର ହଜାର କର୍ମଚାରୀ ରହିଛନ୍ତି। ତା ଭିତରେ ୭ ହଜାର ପୂର୍ବତନ ସୈନିକ ଅଛନ୍ତି। ପାକିସ୍ତାନ ସେନା ଏହି ମଡେଲ ଇସଲାମିକ୍ ଦେଶ ତୁର୍କୀ ଓ ଇଣ୍ଡୋନେସିଆରୁ ନେଇଛି। ଏହି ଦେଶର ସେନା ବିଜନେସ୍ ଡିଲ୍ କରନ୍ତି ଓ କମ୍ପାନୀ ଚଳାନ୍ତି। 

ଶାହିନ ଫାଉଣ୍ଡେସନ୍‌ର କାମ କେବଳ ନୌସେନା ପାଖରେ ରହିଛି। ଏହି ଫାଉଣ୍ଡେସନ୍‌ର ନେତୃତ୍ବ ପାକ୍ ବାୟୁସେନା ମୁଖ୍ୟ କରନ୍ତି। ଏହା ପାଖରେ ଏୟାରପୋର୍ଟ ତିଆରି ଭଳି ବିଜନେସ୍ ରହିଛି। ଏହାଛଡା ଇନସ୍ୟୁରାନ୍, ଟିଭି ଚ୍ୟାନେଲ, ଏଫ୍‌ଏମ୍ ରେଡିଓ ମଧ୍ୟ ଚଳାଇଥାଏ। ଏହାର ମୋଟ ସମ୍ପତ୍ତି ୩୪ ମିଲିୟନ ଡଲାର। କେବଳ ସେତିକି ନୁହେଁ ଆଉ ଏକ କମ୍ପାନୀ ରହିଛି। ତାହା ହେଲା ବହାରିୟା ଫାଉଣ୍ଡେସନ୍। ଏଥିରେ ମୁଖ୍ୟତଃ ନୌସେନାର ଲୋକ ରୁହନ୍ତି।  ଏହାର ସଞ୍ଚାଳନା ନୌସେନା ଅଧିକାରୀ କରନ୍ତି। କମ୍ପାନୀ କନଷ୍ଟ୍ରକସନ୍, ଫିଶିଂ ଏବଂ ଫାର୍ମିଂ ଭଳି କାମ ମଧ୍ୟ କରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.