ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ଧମକ ଦେଇ ବନ୍ଧାହେଲା ରୋଷେଇଆ, ଜାଲ୍ ଆକାଉଣ୍ଟ ଖୋଲି ପ୍ରେମ ଜାଲରେ ଫସାଇଥିଲେ…

କୋଲକାତା,୨୧/୦୫: ଡାକ୍ତରଙ୍କ ନାମ ବ୍ୟବହାର କରି ଫେସବୁକ୍ରେ ଜାଲ୍ ଆକାଉଣ୍ଟ ଖୋଲି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ପରେ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଧମକ ଦେବା ଅଭିଯୋଗରେ ଜଣେ ଯୁବକ ବନଗାଁ ସାଇବର୍ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ରାଣାଘାଟ ମଠ କୁମୁଡ଼ା ଅଞ୍ଚଳର ଆଲୋକ ରାୟ । ଆଲୋକ ଏକ ହୋଟେଲରେ ରୋଷେଇଆ ଭାବରେ କାମ କରେ ।
ସନ୍ଦୀପ ରାୟ ନାମରେ ଫେସ୍ବୁକ ଆକାଉଣ୍ଟ ଖୋଲି ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ଆଲୋକ ଜଣେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା । କେନ୍ଦ୍ରୀୟ ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଥିବା ପ୍ରୋଫାଇଲ୍ରେ ଲେଖିବା ସହ ଅନ୍ୟ ଜଣଙ୍କ ଫଟୋ ବ୍ୟବହାର କରିଥିଲେ । କିଛି ମାସ ପୂର୍ବରୁ ଏହି ଫେସ୍ବୁକ୍ ପେଜ୍ ଖୋଲିଥିବା ବେଳେ ସେ ଗାଇଘାଟ ଥାନା ଠାକୁରନଗର ଶିମୁଲପୁର ଅଞ୍ଚଳର ଉକ୍ତ ଯୁବତୀଙ୍କ ସହିତ ବନ୍ଧୁତା କରିଥିଲେ । ଫୋନ୍ ନମ୍ବର ଆଦାନ-ପ୍ରଦାନ ହେବା ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ପରେ ଆଲୋକ ଯୁବତୀଙ୍କୁ ତାଙ୍କ ନଗ୍ନ ଭିଡିଓ ମାଗିଥିଲା । ଯୁବତୀ ତାଙ୍କୁ ଏକ ନଗ୍ନ ଭିଡିଓ ପଠାଇଥିଲେ । ପରେ ସେ ପ୍ରତିଦିନ ଯୁବତୀଙ୍କୁ ନଗ୍ନ ଫଟୋ ମାଗିବା ଆରମ୍ଭ କରିଥିଲା । ଯୁବତୀ ଦେବାକୁ ମନା କରିବାରୁ, ତା’ର ନଗ୍ନ ଫଟୋ ଓ ଭିଡିଓ ଭାଇରାଲ କରିବାର ଭୟ ଦେଖାଇଥିଲା ।
ଯୁବତୀ ଜଣକ ଏନେଇ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ବନଗାଁ ସାଇବର୍ ପୁଲିସ୍ ଅଧିକାରୀ ସୁଦୀପ୍ତ ଦେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ନୁହଁନ୍ତି ବରଂ ହୋଟେଲରେ ରୋଷେଇଆ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ସରକାରୀ ଡାକ୍ତରଖାନାର ଡାକ୍ତର ପରିଚୟ ଦେଇ ଯୁବତୀଙ୍କ ନଗ୍ନ ଚିତ୍ର ସହିତ ବ୍ଲାକମେଲ କରୁଥିବା ଅଭିଯୋଗରେ ପୁଲିସ ଆଲୋକକୁ ବୁଧବାର ରାତିରେ ରାଣାଘାଟର ମଠ କୁମଡା ଅଞ୍ଚଳରୁ ଗିରଫ କରିଥିଲା । ଗୁରୁବାର ସକାଳେ ବାଂଲା ଉପବିଭାଗୀୟ କୋର୍ଟରେ ତାକୁ ହାଜର କରାଯାଇଥିଲା । ବିଚାରପତି ତାକୁ ୬ ଦିନିଆ ପୁଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।