ବ୍ରହ୍ମପୁର,୨।୧ : ବ୍ରହ୍ମପୁରରେ ନକଲି ଅଦା, ରସୁଣ ପେଷ୍ଟ ୟୁନିଟିରେ ଚଢାଉ।  ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ୭ ଲାଇନରେ ଚାଲିଥିଲା ଏହି ନକଲି ୟୁନିଟ।  ବଡ଼ ବଜାର ପୋଲିସ୍  ଚଢ଼ାଉ  କରି ବିପୁଳ ପରିମାଣର ଅଦା, ରସୁଣ ପ୍ରସ୍ତୁତ ୧୪ ଟି ପ୍ଲାଷ୍ଟିକ କଣ୍ଟେନର ଜବତ କରିଛି। ଏଥିସହ ୪୧ ପେଟି ସହ ପାଞ୍ଚଟି ପ୍ରସ୍ତୁତକାରୀ ମେସିନ, ଗୋଟିଏ ଓଜନ ମେସିନ ଜବତ କରିଥିବା ପୁଲିସ ସୂଚନା ଦେଇଛି। 

 ଜବତ ଜିନିଷ ଓ ସରଞ୍ଜାମର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରା ଯାଉଛି।ପ୍ରସ୍ତୁତ କରୁଥିବା ୟୁନିଟକୁ ପୁଲିସ ସିଲ କରିଥିବା ବେଳେ ୟୁନିଟ ମାଲିକ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଛି ।