ନବରଙ୍ଗପୁର,୧।୭( ଆପ୍ର): ଶିକ୍ଷା ବିଭାଗର ମୃତ ସରକାରୀ କର୍ମଚାରୀଙ୍କ ପରିବାର ଥଇଥାନରୁ ବଞ୍ଚିତ ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। କୁଶୋଲ ଚନ୍ଦ୍ର ହିଆଲ, କୁମାର ସାନୁ ଦାସ, ନିରଞ୍ଜନ ମହାନ୍ତି, ଗୌରାଙ୍ଗ ମାଝୀ, ସୁରେନ୍ଦ୍ର ପନକା,ସୁରେଶ ଚନ୍ଦ୍ର ଭତ୍ରା, ଦୀପକ କୁମାର ବିଶୋୟୀଙ୍କ ସମେତ ୧୩ଜଣ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପିତା ଓ ମାତା ଶିକ୍ଷା ବିଭାଗରେ ଚାକିରୀ କାଳରେ ମୃତ୍ୟୁବରଣ କରିଥିଲେ। ସରକାରୀ ନିୟମ ଅନୁଯାୟୀ,ମୃତ କର୍ମଚାରୀଙ୍କ ପରିବାରଙ୍କ ମଧ୍ୟରୁ ଜଣକୁ ସରକାରୀ ଚାକରୀରେ ନିଯୁକ୍ତି କରିବାକୁ ନିୟମ ଥିବା ସତ୍ତ୍ୱେ ସରକାରୀ ଚାକରିରୁ ବଞ୍ଚିତ କରାଯାଉଛି ।
ବାରମ୍ବାର ଦାବି କରିବା ସତ୍ତ୍ୱେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଥଇଥାନ କରାଯାଉନି । ଜିଲ୍ଲାରେ କେବଳ ଶିକ୍ଷା ବିଭାଗରେ ୮୪ଜଣ ମୃତ ପରିବାର ସରକାରୀ ଖଣ୍ଡକ ପାଇଁ ସରକାରୀ ଦପ୍ତରକୁ ଧାଇଁ ଧାଇଁ ନୟାନ୍ତ୍ର ହେବାକୁ ପଡୁଛି ବୋଲି ଦୁଃଖର ସହ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କୁ ଭେଟି ନ ପାରି ନିରାଶ ହୋଇ କେବଳ ଦାବିପତ୍ର ପ୍ରଦାନ କରି ଫେରିଛନ୍ତି।