ଭଞ୍ଜନଗର,୧୨/୭(ଆପ୍ର): ଜମିରେ ଚାଷ କରୁଥିବା ବେଳେ ଅଘଟଣ। ଟ୍ରାକ୍ଟର ଓଲଟି ଯୁବ ଚାଷୀଙ୍କ ମୃତ୍ୟୁ। ଏଭଳି ଏକ ଘଟଣା  ଶନିବାର ଗଞ୍ଜାମ ଜିଲ୍ଲା ତାରା ସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗ୍ରାମରେ ଘଟିଛି। ମୃତ ଚାଷୀ ଜଣକ ହେଲେ ଟାଙ୍ଗଣ ଗ୍ରାମର ମିଟୁ ପାତ୍ର (୪୭)।

ଟାଙ୍ଗଣ ଗ୍ରାମର ମିଟୁ ପାତ୍ର (୪୭) ଏକ ଟ୍ରାକ୍ଟର ସାହାଯ୍ୟ ରେ ନିଜ ଜମିରେ ଚାଷ କରୁଥିଲେ। ଜମିରେ ପ୍ରବଳ ପାଣି କାଦୁଅ ରୁ ଟ୍ରାକ୍ଟର ବୁଲାଇବା ବେଳେ ଭାରସାମ୍ୟ ହରାଇ ଘଟଣାସ୍ଥଳରେ ହିଁ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ମିଟୁଙ୍କ ଜୀବନ ଚାଲିଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏହାର ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି। ଥାନା ଏସଆଇ ସମୀର ବେହେରା ଘଟଣାର ତଦନ୍ତ କରୁଛନ୍ତି। ଏଭଳି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।