ସମ୍ବଲପୁର,୫।୪ : ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଆସୁଥିବାବେଳେ ବଜ୍ରପାତରେ ଚାଲିଗଲା ବାପାର ଜୀବନ। ଜୁଯୁମୁରା ଠାରେ ଘଟିଛି ଅଘଟଣ । ମୃତକ ଜଣକ ହେଲେ ବିପ୍ଳବ ବେହେରା । ଏହା ସହ ବିପ୍ଳବଙ୍କ ସାନ ଭାଇ ବଳରାମ ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ବୌଦ୍ଧ ବଘିଆପଡ଼ାର ବିପ୍ଳବଙ୍କ ପୁଅ ସୁଜିତର ବାହାଘର ଜୁଯୁମୁରା ଗହୀରପାଲିରେ ସ୍ଥିର ହୋଇଥିଲା । ଆସନ୍ତା ଏପ୍ରିଲ ୨୫ ତାରିଖରେ ବାହାଘର ଲଗ୍ନ ସୁଝି ଥିଲା। ଆଜି ଲଗ୍ନ ପତ୍ର ଦେବାକୁ ଗହୀରପାଲିକୁ ବିପ୍ଲବ ଓ ତାଙ୍କ ଭାଇ ବଳରାମ ବାଇକ ଯୋଗେ ଆସୁଥିଲେ । ତେବେ ବାଟରେ ବଜ୍ରପାତ ହେବାରୁ ବିପ୍ଳବ ବେହେରାଙ୍କ ମୃତ୍ୟୁ ହୋଇଥିଲା। ବଳରାମ ବେହେରା ଆହତ ହୋଇଛନ୍ତି । ବଳରାମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହୁରି ପଢନ୍ତୁ : ମାଡି ଆସିଲା କଳାହାଣ୍ଡିଆ ମେଘ ସହ ପବନ : ଉଡିଲା ଘରର ଟିଣ, ଭାଙ୍ଗିଲା ଗଛ