ଛତ୍ରପୁର,୭।୧  ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ୭ ବର୍ଷର ପୁଅ ଓ ବାପାର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ମୃତକ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ତିଛୀଣୀ ଗ୍ରାମର ମୋହନ ରାୟଗୁରୁ ଓ ପୁଅ  ତ୍ରୟମ୍ବକମ୍ ରାୟଗୁରୁ ।  ମୋହନଙ୍କ ସ୍ତ୍ରୀ ଗାୟତ୍ରୀ ରାୟଗୁରୁ ଗୁରୁତର ଆହତ ହୋଇ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । 

ଏକ ଟିଭିଏସ ଏକ୍ସଏଲ ଗାଡିରେ  ମୋହନ ନିଜ ଗ୍ରାମରୁ ଶଶୁରଘର ୟୁଡିଏସପୁର ଗ୍ରାମରୁ  ଆସୁଥିବା ବେଳେ  ଅରୁଣପୁର ଛକ ନିକଟରେ ରମ୍ଭାରୁ କୃଷ୍ଣ ପ୍ରସାଦ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଅରୁଣପୁର ଛକ ନିକଟରେ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହ ଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା । ସେଠାରେ ତ୍ରୟମ୍ବକମ୍ ଙ୍କୁ  ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ଓ  ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ବ୍ରହ୍ମପୁରରେ ବାପା ମୋହନଙ୍କ ମଧ୍ୟ୍ୟ ମୃତ୍ୟୁ ଘଟିଛି | ଘଟଣା ସ୍ଥଳରେ ରମ୍ଭା  ପୋଲିସ୍ ପହଂଚି ତଦନ୍ତ ଜାରି ରଖିଛନ୍ତି ।