ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍

Published By : Prameya | January 24, 2025 8:41 AM

ୱାଶିଂଟନ,୨୪/୦୧: ଆମେରିକାରେ ଜନ୍ମଗତ ନାଗରିକତା ଅଧିକାରକୁ ଉଚ୍ଛେଦ କରିବା ଲାଗି  ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଜାରି କରିଥିବା ଆଦେଶ ଉପରେ  ସିଆଟେଲର ଏକ ସଂଘୀୟ କୋର୍ଟ  ରୋକ୍‌ ଲଗାଇଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି । 

ଟ୍ରମ୍ପଙ୍କ ଆଦେଶ ବିରୋଧରେ  ଆଗତ ପିଟିସନ ଉପରେ ଆମେରିକାର ଜିଲ୍ଲା ଜଜ୍‌ଙ୍କ କୋର୍ଟରେ  ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ବିଚାରପତି ଜନ୍‌ କଫେନାୱର କହିଛନ୍ତି  ସେ ଗତ ୪୦ ବର୍ଷରୁ ଅଧିକ ସମୟ ଧରି  ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି ।  କିନ୍ତୁ ଏଭଳି ଆଦେଶର ସେ କେବେ ବି  ସାମ୍‌ନା କରି ନଥିଲେ । ଏହି ଆଦେଶ  ସମ୍ପୂର୍ଣ୍ଣ ଭାବେ ସମ୍ବିଧାନର ଉଲ୍ଲଂଘନ ।  ଏଥିସହ ଜଜ୍‌ କଫେନାୱର ଏହି ଅଦେଶର ଆଇନଗତ ଦିଗ ଉପରେ  ପ୍ରଶ୍ନ ଉଠାଇଛନ୍ତି । କୋର୍ଟରେ ଉପସ୍ଥିତ  ଆଇନ ବିଭାଗର ଓକିଲ ବ୍ରେଟ  ସୁମେଟଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଶୁଣାଣି ସମୟରେ ନିଜର ଜବାବ ଦାଖଲ  କରିବା ଲାଗି ସୁମେଟ କୋର୍ଟଙ୍କୁ ଅଧିକ  ସମୟ ମାଗିଥିଲେ । କୋର୍ଟ ତାଙ୍କୁ ସମୟ  ଦେବା ସହ ଟ୍ରମ୍ପଙ୍କ ଆଦେଶ ଉପରେ  ରୋକ୍‌ ଲଗାଇଥିଲେ । ଆମେରିକାରେ  ଜନ୍ମ ହେଉଥିବା ବିଦେଶୀ ନାଗରିକଙ୍କ ପିଲାଙ୍କୁ ସେଠାକାର ନାଗରିକତା ପ୍ରଦାନ  କରିବା ଲାଗି ଆଇନଗତ ବ୍ୟବସ୍ଥା  ରହିଛି । ଏଥିପାଇଁ ସମ୍ବିଧାନରେ  ସଂଶୋଧନ ମଧ୍ୟ ହୋଇଛି । ହେଲେ ଟ୍ରମ୍ପ ତାକୁ ଗ୍ରହଣ ନକରି ନାଗରିକତା  ଉଚ୍ଛେଦ ଆଦେଶନାମା ଜାରି କରିଛନ୍ତି । 

କେବଳ ସିଆଟେଲ ନୁହେଁ  ଆରିଜୋନା, ଇଲିନୟ, ଓରେଗନ ଓ  ୱାଶିଂଟନ ଭଳି ଜିଲ୍ଲା କୋର୍ଟରେ ଟ୍ରମ୍ପଙ୍କ  ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ  ଆଦେଶକୁ ବିରୋଧ କରି ପିଟିସନ  ଦାଖଲ ହୋଇସାରିଛି । ସେସବୁ  କୋର୍ଟରେ ଶୁଣାଣି ଚାଲିଛି । କ୍ଷମତାକୁ  ଆସୁ ଆସୁ ଟ୍ରମ୍ପ ଜାରି କରିଥିବା ଆଦେଶ  ଉପରେ ସିଆଟେଲ କୋର୍ଟଙ୍କ ଏଭଳି  ରୋକ୍‌ ତାଙ୍କୁ ଶକ୍ତ ଝଟ୍‌କା ଦେଇଛି ।  ଗତ ୨୦ ତାରିଖରେ ଦାୟିତ୍ୱ ଗ୍ରହଣ କରିବା ଦିନ ହିଁ ଟ୍ରମ୍ପ କେତେକ  ଆଦେଶନାମାରେ ସ୍ୱାକ୍ଷର କରିଥିଲେ ।  ଯେଉଁଥିରେ ଆମେରିକାରେ ବେଆଇନ୍‌  ଭାବେ ପ୍ରବେଶ କରିଥିବା କିମ୍ବା ଭିସାରେ  ରହୁଥିବା ଅନ୍ୟଦେଶର ଲୋକଙ୍କ ପିଲାଙ୍କୁ  ଆଉ ନାଗରିକତା ମିଳିବ ନାହିଁ । ଟ୍ରମ୍ପଙ୍କ  ଏଭଳି ଆଦେଶନାମାକୁ ନେଇ ସେଠାରେ  ବହୁବର୍ଷ ଧରି ବସବାସ କରିଆସୁଥିବା  ଭାରତୀୟ ସମେତ ଅନ୍ୟ ଦେଶର  ଲୋକମାନେ ଚିନ୍ତିତ ହୋଇପଡିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.