ପ୍ରତିଦିନ ଖାଇବାର କିଛି ସମୟ ପରେ ଆପଣଙ୍କୁ ବାରମ୍ବାର ଭୋକ ଲାଗୁଥିବ । ଏଭଳି ହେଉଥିଲେ ସାବଧାନ ହୋଇଯାଆନ୍ତୁ । ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଡାଏଟିସିଆନ୍ ଙ୍କ ମତରେ ଆମ ଶରୀରରେ ଲେପ୍ଟିନ୍ ନାମକ ଏକ ହରମୋନ୍ ଅଛି । ଯାହା ଆମ ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଆମ ପେଟରେ ଖାଦ୍ୟ ଅଛି ନା ନାହିଁ । ଯଦି ଶରୀରରେ ପ୍ରୋଟିନ୍ ଏବଂ ଫାଇବରର ଅଭାବ ଥାଏ,ତେବେ ପେଟରେ ଖାଦ୍ୟ ଅଛି ନା ନାହିଁ ସେହି ସଙ୍କେତ ମସ୍ତିଷ୍କଙ୍କୁ ମିଳେ ନାହିଁ । ଏହା ବ୍ୟତୀତ ଜଣେ ଖାଇବା ପରେ ତୁରନ୍ତ ଭୋକିଲା ଅନୁଭବ କରନ୍ତି ।
ସେହିପରି କମ୍ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଭୋକର କାରଣ ହୋଇପାରେ। ଫାଇବର ଯୁକ୍ତ ଖାଦ୍ୟ ହଜମ କରିବାକୁ ଅଧିକ ସମୟ ନେଇଥାଏ, ଯାହା ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂର୍ଣ୍ଣ ଥିବା ଅନୁଭବ କରାଇଥାଏ। ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣର ଫାଇବର ନଥାଏ, ତେବେ ବାରମ୍ବାର ଭୋକ ଲାଗିବ । ଅନେକ ଲୋକ ଡାଏଟ ପାଇଁ ମଧ୍ୟ କମ ଖାଦ୍ୟ ଗ୍ରହଣ କରୁଛନ୍ତି।
ହେଲେ ଶରୀରରେ ଥିବା ଷ୍ଟ୍ରେଚ୍ ରିସେପ୍ଟର ଅନୁମାନ କରିପାରେ ଆପଣଙ୍କ ପେଟ ପୂର୍ଣ୍ଣ ଅଛି କି ନାହିଁ । ଯଦି ପେଟ ପୂର୍ଣ୍ଣ ଅନୁଭବ ନହୁଏ, ତେବେ ଏହା ମସ୍ତିଷ୍କକୁ ସଙ୍କେତ ପଠାଏ ଖାଦ୍ୟ ଗ୍ରହଣ ପାଇଁ। ତେଣୁ ଆମର ପେଟ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମେ ଖାଇବା ଜାରି ରଖୁ। ଆମ ଶରୀରରେ ଲେପ୍ଟିନ ନାମକ ହରମୋହନ ରହିଛି । ଏହା ମସ୍ତିଷ୍କକୁ ସଙ୍କେତ ଦେଇଥାଏ ଯେ ପେଟ ପୂର୍ଣ୍ଣ ଅଟେ । ଯଦି ଏହା ଶରୀରେ କମ ଥାଏ ତେବେ ଆପଣ ଯେତେ ଖାଆନ୍ତୁ ନା କାହିଁକି ବାରମ୍ବାର ଭୋକ ଲାଗିବ। ଏହା ବ୍ୟତୀତ ଏହା ଓଜନକୁ ନିୟନ୍ତ୍ରଣରେ ମଧ୍ୟ ରଖିବ ନାହିଁ ।