ନୂଆଦିଲ୍ଲୀ ୨୬/୦୮:  ‘ବିଗ୍‌ ବସ୍‌ ସିଜନ୍‌-୧୯’ର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରୁ ପ୍ରତିଯୋଗୀଙ୍କ ମଧ୍ୟରେ ଫାଇଟ୍‌ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାନ୍ୟା ମିତ୍ତଲ ଅଶନୂର କୌରଙ୍କୁ ଅହଂକାରୀ କହୁଥିବା ଦେଖିବାକୁ ମିଳିଛି । ଜିଓ ହଟ୍‌ଷ୍ଟାର ରିୟଲିଟି ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ଏହି ଭିଡିଓ ଶେୟାର କରିଛି । ଏଥିରେ ତାନ୍ୟା ଖୁବ୍‌ କ୍ରୋଧିତ ଜଣାପଡୁଛନ୍ତି ଏବଂ କହୁଛନ୍ତି, ଅଶନୂର ବହୁତ ଅହଂକାରୀ ଝିଅ । ବିନା କାରଣରେ ମୋ ସହ ଝଗଡ଼ା କରୁଛି । ସେ ମୋଠୁ ୧୦ ବର୍ଷ ସାନ । ଏବେ ମୁଁ ଫର୍ମକୁ ଚାଲିଆସିବି । 

ଏତିକିବେଳେ ସେଠାରେ ଉପସ୍ଥିତ ଆୱେଜ ଦରବାର ତାନ୍ୟାଙ୍କୁ ଶାନ୍ତ କରାଇ କହୁଛନ୍ତି, ସେ ଏଭଳି ନୁହନ୍ତି । କିନ୍ତୁ ତାନ୍ୟା ତାଙ୍କୁ ଅଟକାଇ ଅଶନୂରଙ୍କ ବିଷୟରେ କହିଚାଲିଲେ । ଭିଡିଓରେ ଅଶନୂରଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ସେପଟେ ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ବି ତୁତୁ ମେଁମେଁ ଦେଖିବାକୁ ମିଳିଛି । 

ଏ ସିଜନ୍‌ରେ ବିଗ୍‌ ବସ୍‌ ଘରେ ୧୬ ପ୍ରତିଯୋଗୀ ଏଣ୍ଟ୍ରି କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ‘ପଟିୟାଲା ବେବ୍‌ସ’ ଶୋ’ର ଅଭିନେତ୍ରୀ ଅଶନୂର କୌର, ‘ଗ୍ୟାଙ୍ଗ୍‌ସ ଅଫ୍‌ ୱାସେପୁର’ ଫିଲ୍ମର ଲେଖକ ଜିଶାନ କାଦରୀ, ଲୋକପ୍ରିୟ ଇନ୍‌ଫ୍ଲୁଏନ୍ସର ତାନ୍ୟା ମିତ୍ତଲ, ଇନ୍‌ଫ୍ଲଏନ୍ସର ଯୋଡ଼ି ଆୱେଜ ଦରବାର-ନଗମା ମିରାଜକର, ମଡେଲ ନେହଲ ଚୁଦାସମା, ସ୍ପ୍ଲିଟ୍‌ସଭିଲ୍ଲା-୧୦ର ବିଜେତା ବଶୀର ଅଲି, ଅଭିନେତା ଅଭିଷେକ ବାନାର୍ଜୀ, ଅଭିନେତା ଗୌରବ ଖାନ୍ନା, ମଡେଲ-ଅଭିନେତ୍ରୀ ନେଟଲି, ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ ପ୍ରଣୀତ ମୋରେ, ଗାୟକ ଅମାଲ ମଲିକ, ମଡେଲ ଫରହାନା ଭଟ୍ଟ, ଭୋଜପୁରୀ ଅଭିନେତ୍ରୀ ନୀଲିମା ଗିରୀ, ଅଭିନେତ୍ରୀ କୁନିକା ସଦାନନ୍ଦ, ଇନ୍‌ଫ୍ଲୁଏନ୍ସର ମୃଦୁଲ ତିୱାରୀ ।