ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓଡ଼ିଶାରେ ସଫଳତା ପରେ ଏବେ ବେଙ୍ଗାଲୁରୁରେ ରିଲିଜ୍ ହେବ 'ୱାଇଫ୍', ଖୁବଶୀଘ୍ର ଘୋଷଣା ହେବ ରିଲିଜ୍ ଡେଟ୍

Published By : Rasmita Pradhan | February 1, 2025 2:19 PM

ଭୁବନେଶ୍ଵର, ୦୨/୦୧ : ଫିଲ୍ମ ୱାଇଫ୍‌କୁ ଓଡ଼ିଶାରେ ସଫଳତା ମିଳିବା ପରେ ଏବେ ବେଙ୍ଗାଲୁରୁରେ ରିଲିଜ୍ କରିବା ପାଇଁ ଯୋଜନା କରୁଛନ୍ତି ପ୍ରଯୋଜକ। ଶନିବାର କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ପ୍ରଯୋଜକ ବିଜୟ କଣ୍ଡୋଇ। କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ ଆନୁକୁଲ୍ୟରେ ଆସନ୍ତା ୧୭ତାରିଖରେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ବିଦିଶା କ୍ରାଫ୍ଟ ପ୍ରଡକ୍ସନ ହାଉସ୍ ତରଫରୁ ବେଙ୍ଗାଲୁରୁ ସମେତ ଅନ୍ୟ ସହର ଓ ବିଦେଶରେ ଏହି ଫିଲ୍ମ ରିଲିଜର ତାରିଖ ଘୋଷଣା କରାଯିବ। ବେଙ୍ଗାଲୁରୁରେ ପ୍ରାୟ ୧୦ଲକ୍ଷ ଓଡ଼ିଆ ରହୁଛନ୍ତି। ତେଣୁ ୱାଇଫ୍ ଚଳଚ୍ଚିତ୍ରକୁ ଓଡ଼ିଶା ଭଳି ବେଙ୍ଗାଲୁରୁ ଓ ଅନ୍ୟ ସହର ଗୁଡିକରେ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ବର୍ଷା ପ୍ରିୟଦର୍ଶିନୀ ଆଶା ରଖିଛନ୍ତି।

ସୂଚନାନୁଯାୟୀ, ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଫିଲ୍ମ ୱାଇଫ୍ ନୂଆବର୍ଷରେ ରିଲିଜ୍ ହୋଇଥିଲା। ସାରା ଓଡ଼ିଶାରେ ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ଜଣେ ନାରୀର ବୈବାହିକ ଜୀବନ ଯନ୍ତ୍ରଣା କିଭଳି ଶାଶୁ ଘରର ଚାରି କାନ୍ଥରେ ଲୁଚିଯାଏ ଆଉ ସେ ତାର ଅଧିକାର ପାଇଁ କିଭଳି ଜୀବନ ସାରା ଲଢେଇ କରେ ତାହା ଚିତ୍ରିତ କରାଯାଇଛି। ଫିଲ୍ମଟି ଦର୍ଶକଙ୍କ ମନ ଛୁଇଁଥିବା ବେଳେ ପ୍ରଶଂସାର ସୁଅ ଛୁଟୁଛି।

ଫିଲ୍ମ 'ୱାଇଫ୍'ରେ ସୁଧାକର ବସନ୍ତ ନିର୍ଦ୍ଦେଶନା ଦେଇଛନ୍ତି। ବବି ଇସଲାମ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଫିଲ୍ମର ସଂଳାପ ବିଜୟ ମଲ୍ଲ ଲେଖିଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଓ ଅରୁଣ ମନ୍ତ୍ରୀ। କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ଟି ଗୀତ ଏହି ଫିଲ୍ମକୁ ବେଶ ଶୃତି ମଧୁର ଓ ମେଲୋଡିଅସ ହୋଇଛି। ଫିଲ୍ମରେ ବର୍ଷାଙ୍କ ବିପକ୍ଷରେ ଅଭିନେତା ଜୟଜିତ ଦାସଙ୍କୁ ଦେଖିବାକୁ ମିଳିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.