ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପସ୍ଥାପିତ କରିଛନ୍ତି। ଏହି ସମୟରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣରେ ଟ୍ରମ୍ପଙ୍କ ନାଁ ଥରେ ବି ଆସିନଥିଲା,କିନ୍ତୁ ବାରମ୍ବାର ଟାରିଫ୍ ଶବ୍ଦର ବ୍ୟବହାର କରାଯାଇଥିଲା। ବହୁ ଶବ୍ଦ ଏଭଳି ରହିଛି, ଯାହାର ବ୍ୟବହାର ଅର୍ଥମନ୍ତ୍ରୀ ବହୁବାର କରିଥିଲେ।
ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ଆୟ ଅର୍ଥାତ ଇନକମ୍ ଶବ୍ଦର ବ୍ୟବହାର ସବୁଠାରୁ ଅଧିକ ୯୮ ଥର ବ୍ୟବହାର କରିଥିଲେ। ସେଭଳି ଡ୍ୟୁଟି ଅର୍ଥାତ ଶୁଳ୍କ ଶବ୍ଦର ବ୍ୟବହାର ୫୧ ଥର, ରେଟ୍ ଶବ୍ଦର ବ୍ୟବହାର ୪୮ ଥର କରିଥିଲେ। ରିହାତି ୩୧, କାଟ୍ ୩୪,ସେବା ୪୧, ବିଦେଶୀ ୨୦, ଦଣ୍ଡ ୩୧,ସୀମା ଶୁଳ୍କ ୪୭, ବୃଦ୍ଧି ୧୮, ମାଲ୍ ୪୭ ଥର କହିଥିଲେ। ସେଭଳି ବିଦେଶୀ୨୦,ବିଶ୍ବ ୨୬, କ୍ରେଡିଟ୍ ୧୮, ରପ୍ତାନୀ ୧୭, ନିର୍ମାଣ୨୯ ଏବଂ ଫେରସ୍ତ ଶବ୍ଦର ବ୍ୟବହାର ୨୨ ଥର କହିଥିଲେ।
ଉଲ୍ଳେଖନୀୟ ଯେ, ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୯ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ଏହା ତାଙ୍କର ରେକର୍ଡ । ସୀତାରମଣ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ । ତାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀ ୧୯୭୦ରେ ବଜେଟ୍ ଉପସ୍ଥାପନ କରିଥିଲେ। ସେ ସମୟରେ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ଇସ୍ତଫା ଦେଇଥିବା କାରଣରୁ ତାଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିଥିଲା। ୨୦୧୯ରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ପଦ ସମ୍ଭାଳିଲେ । ଏବଂ ମୋଦୀ ସରକାରଙ୍କ ୧୫ ତମ ବଜେଟ୍ ଭିତରୁ ଲଗାତାର ୯ଟି ବଜେଟ୍ ନିର୍ମଳା ଉପସ୍ଥାପନ କରି ରେକର୍ଡ କରିଛନ୍ତି ।
ଆହୁରି ପଢନ୍ତୁ : ରାସ୍ତାରେ ଗାଡ଼ି ଚଲାଇବା ହେବ ପୂର୍ବ ତୁଳନାରେ ଶସ୍ତା, ବଜେଟ୍ରେ ସିଏନ୍ଜି ଓ ଇଭି ବ୍ୟାଟେରୀକୁ ନେଇ ବଡ଼ ଘୋଷଣା