କୋକସରା, ୬/୩: କେନାଲରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ କନ୍ଦାବୁଟ୍ରା ଗ୍ରାମ ନିକଟ କେନାଲରେ ଫସିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଗାଧୋଇବା ବେଳେ କେନାଲର ପ୍ରଖର ସ୍ରୋତରେ ଭାସି ଯାଇ ଯୁବକ ଜଣକ ପାୱାର ଗେଟ୍ ନିକଟରେ ଫସି ରହିଥିଲେ । ସ୍ଥାନୀୟ ସମାଜସେବୀ ରୁଦ୍ର ନାଏକ କୋକସରା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।
ଏହା ବି ପଢ଼ନ୍ତୁ... ପରୀକ୍ଷା ଦେବାକୁ ଯିବାବେଳେ ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା ଉଦ୍ୟମ, ଦୁର୍ବୃତ୍ତ ଫେରାର୍
ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କେନାଲ ଗେଟ୍ ମଧ୍ୟରେ ରହିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର କରାଯାଇଥିବା ଯୁବକ ସ୍ଥାନୀୟ କନ୍ଦାବୁଟ୍ରା ଗ୍ରାମର ୩୦ ବର୍ଷୀୟ କୁମର ରାଉତ । ଯୁବକଙ୍କ ମାନସିକ ସ୍ଥିତି ଭଲ ନଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।