ଭୁବନେଶ୍ୱର, ୧୩/୧୦: ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଅଭିଯୋଗ। ଡ୍ୟୁଟି ଆସିବା ବେଳେ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ । ମୃତକ ସୁଧାଂଶୁ ଖୁଣ୍ଟିଆ ବୋଲି ଜଣାପଡ଼ିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ଭୁବନେଶ୍ୱର ଏମ୍ସ ହସ୍ପିଟାଲର ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆ ସୋମବାର ଡ୍ୟୁଟି ଆସୁଥିଲେ । ରଣସିଂହପୁରରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ । ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଆବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।