ଅହମ୍ମଦାବାଦ: ପ୍ରଥମ ଟେଷ୍ଟରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦୁଇଟି ୱିକେଟ୍ ହରାଇ ୧୨୧ ରନ୍ କରିଛି । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୪୧ ରନ୍ ପଛରେ ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ମାତ୍ର ୧୬୨ ରନ୍ କରିପାରିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜଷ୍ଟିନ୍ ଗ୍ରୀଭ୍ସ ସର୍ବାଧିକ ୩୨ ରନ୍ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।
ଏହି ମ୍ୟାଚ୍ରେ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ଏହି ନିଷ୍ପତ୍ତି ଟିମକୁ ମହଙ୍ଗା ସାବ୍ୟସ୍ତ ହେଲା। ମହମ୍ମଦ ସିରାଜ ଏବଂ ଜସପ୍ରିତ ବୁମରା କାରିବିଆନ୍ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ପ୍ରଥମେ, ଟାଗନାରିନ୍ ଚନ୍ଦ୍ରପଲ, ତା'ପରେ ଜନ୍ କ୍ୟାମ୍ପବେଲ୍ ଏବଂ କିଛି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ମାତ୍ର ୪୨ ରନ୍ରେ ୪ଟି ୱିକେଟ୍ ହରାଇଥିଲା।
ଶାଇ ହୋପ୍ ଏବଂ ଅଧିନାୟକ ରୋଷ୍ଟନ୍ ଚେଜ୍ ୪୮ ରନର ଭାଗୀଦାରି କରି ଦଳକୁ ଏକ ଭଲ ସ୍କୋରରେ ପହଞ୍ଚାଇଥିଲେ। ଶାଇ ହୋପ୍ ୨୬ ଏବଂ ରୋଷ୍ଟନ୍ ଚେଜ୍ ୨୪ ରନ୍ କରିଥିଲେ। ଏହି ସମୟରେ ଜଷ୍ଟିନ୍ ଗ୍ରୀଭ୍ସଙ୍କ ୩୨ ରନ୍ ୱେଷ୍ଟଇଣ୍ଡିଜକୁ ୧୬୦ ରନ୍ ଅତିକ୍ରମ କରିବାରେ ସାହାଯ୍ୟ କରିଥିଲା।
ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଏବଂ ଜସପ୍ରିତ ବୁମରା ଏକାଠି ୭ଟି ୱିକେଟ ନେଇଥିଲେ। ସେମାନେ ପ୍ରଥମ ୧୨ ଓଭରରେ ୱେଷ୍ଟଇଣ୍ଡିଜର ୪ଟି ୱିକେଟ ଅକ୍ତିଆର କରିଥିଲେ। କୁଲଦୀପ ଯାଦବ ଦୁଇଟି ଏବଂ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ନେଇଥିଲେ।