ଖଜୁରୀପଡା,୩୦/୦୧: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଚାରିପଡାରେ ଅଘଟଣ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଗୋରୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗାଁ ପାଖରେ ଥିବା ଏକ ବିଲରେ ବିଦ୍ୟୁତ ଖୁଣ୍ଟରୁ ଏକ ତାର ଖସିଯାଇ ବିଲ ମଝିରେ ପଡି ରହିଥିଲା। ଦୁଇଦିନ ହେଲା ତାର ଛିଣ୍ଡି ପଡିଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାର ମରାମତି କରାଯାଇ ନ ଥିଲା।
ଆହୁରି ପଢନ୍ତୁ-ଖୁବଶୀଘ୍ର ନବଦାସ ହତ୍ୟା ମାମଲାର ପର୍ଦ୍ଦାଫାସ୍, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୁଳଚୂଳ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ
ଆଜି ସକାଳୁ ଗୋରୁମାନେ ଏହି ବିଲକୁ ଚରିବା ପାଇଁ ଯାଇଥିବା ବେଳେ ତଳେ ପଡିଥିବା ବିଦ୍ୟୁତ ତାରର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ଉଦୟ ଚରଣ ଜାନୀଙ୍କ ୩ଟି ଓ ଅଙ୍ଗଦ ଜାନୀଙ୍କ ଦୁଇଟି ଗୋରୁ ମରିଥିବା ଜଣାପଡିଛି। ଗ୍ରାମବାସୀ ଏହି ଘଟଣା ପାଇଁ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିବା ସହିତ ତୁରନ୍ତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।