ନୂଆଦିଲ୍ଲୀ,୧୦/୧୧: ଚଳିତ ସପ୍ତାହରେ ଆସିବ ୫  ପ୍ରାଥମିକ ପବ୍ଲିକ ଅଫର । ଫିଜିକ୍ସୱାଲା ସମେତ ୫ କମ୍ପାନି  ବଜାରରୁ ୧୦ ହଜାର କୋଟି ଟଙ୍କା ଉଠାଇବେ । ୧୧ରୁ  ୧୩ ନଭେମ୍ବର ମଧ୍ୟରେ ଏହି ଆଇପିଓ ଗୁଡ଼ିକ ଆସିବ । ଯେଉଁଥିରେ ୩ ମେନ୍‌ବୋର୍ଡ ଏବଂ ୨ ଏସ୍‌ଏମ୍‌ଇ ଆଇପିଓ ରହିଛି । ଅନ୍‌ଲାଇନ ଏବଂ ଅଫ୍‌ଲାଇନ କୋଚିଂ ପ୍ରଦାନକରୁଥିବା  କମ୍ପାନି ଫିଜିକ୍ସୱାଲାର ଆଇପିଓ ୧୧ ନଭେମ୍ବରରେ  ଖୋଲିବ । କମ୍ପାନି  ୩୮୪୦ କୋଟି  ଟଙ୍କା ଇସ୍ୟୁ  କରିବ । ୧୩ ନଭେମ୍ବର ଯାଏ ଏହା ଖୋଲାରହିବ ।  ୧୮ ନଭେମ୍ବରରେ କମ୍ପାନିର ଶେୟାର ବିଏସ୍‌ଇ ଏବଂ  ଏନ୍‌ଏସ୍‌ଇରେ ସୂଚୀଭୁକ୍ତ ହେବ । ଏହା ଦ୍ୱାରା କମ୍ପାନି  ଟେକ୍‌ ଭିତ୍ତିଭୂମିକୁ ଦୃଢ଼ କରିବ ।

ସେହିଭଳି ନୂଆ ସେଣ୍ଟର  ଖୋଲିବା ଏବଂ ଅଧିଗ୍ରହଣ ଉପରେ ଧ୍ୟାନ କେନ୍ଦ୍ରୀତ  କରିବ । ୨୦୧୬ରେ ପ୍ରୟାଗରାଜର ଅଲଖ ପାଣ୍ଡେ ଏକ  ୟୁଟ୍ୟୁବ ଚ୍ୟାନେଲରୁ ଏହି କମ୍ପାନିର ଶୁଭାରମ୍ଭ କରିଥିଲେ । ସେହିଭଳି ଆଇପିଓ ଆସିବାକୁ ଥିବା ଅନ୍ୟ କମ୍ପାନି ମଧ୍ୟରେ  ଟେକ୍ନୋକ୍ଲିନ ଇଣ୍ଡିଆ, ଏମ୍‌ବି ଫଟୋଭୋଲ୍ଟିକ ପାୱାର ରହିଛି ।