ବାରିପଦା, ୧୭/୧୨ : ବାରିପଦାରେ ଲଜ୍ଜା। ବିସ୍କୁଟ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବାରିପଦା ସଦର ଥାନା ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ନାତୁଣୀ ସହ ଗାଁର ପଡ଼ୋଶୀ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ବାରିପଦା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ଘର ସମ୍ମୁଖରେ ଖେଳୁଥିଲେ। ସେହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ଅଜା ନାବାଳିକାଙ୍କୁ ଜୋର ଜବରଦସ୍ତି ଘର ପଛପଟକୁ ନିଛାଟିଆ ଜାଗାକୁ ନେଇଯାଇଥିଲେ। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟରେ ନାବାଳିକା ପାଟି କରି କାନ୍ଦିଥିଲେ। କାନ୍ଦ ଶୁଣି ପଡୋଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ଓ ଘର ଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି।