ଭୋଗରାଇ, ୨୨/୦୬: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । କିନ୍ତୁ ଏବେ ବି ଗାଁ ଗାଁରେ ରହିଛି ବନ୍ୟା ପାଣି । ଧୀରେ ଧୀରେ ବନ୍ୟା ପାଣି ଛାଡିବା ପରେ ଲୋକମାନେ ନିଜ ନିଜ ଘରକୁ ଆସି ଆସବାପତ୍ର ସଜାଡୁଛନ୍ତି । ଭୋଗରାଇ ବ୍ଲକ ଅଞ୍ଚଳରେ ୧୦ ରୁ ଅଧିକ ପଞ୍ଚାୟତରେ ବନ୍ୟା ପାଣି ପଶି ଲୋକଙ୍କ ଜିନିଷ ପତ୍ର ନଷ୍ଟ ହୋଇଥିବା ବେଳେ ବିଶେଷ କରି କୁମ୍ଭୀରଗଡି ପଞ୍ଚାୟତର କୁଲ୍ହା, ପନ୍ତେଇ ଖୋଳାବାଡ଼ିଆ ଆଦି ଗ୍ରାମରେ ବିଭିନ୍ନ ଘର ପାଣି ବୁଡି ରହିଛି । ଲୋକମାନେ ଗୃହ ପାଳିତ ପଶୁ ଓ କୁନି କୁନି ଛୁଆ ପିଲାଙ୍କୁ ନେଇ ନଦୀ ବନ୍ଧ ଉପରେ ସାହାରା ନେଇ ଥିଲେ । ବନ୍ୟା ବିପନ୍ନମାନେ ଦୀର୍ଘ ସମୟ ଧରି ଏପରି ଅବ୍ୟବସ୍ଥାରେ ଥିବା ବେଳେ ବ୍ଲକ ପ୍ରସାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।
ସେପଟେ ଖବର ପ୍ରସାରଣ ପରେ କେବଳ ପାନୀୟ ଜଳ ପହଞ୍ଚି ଥିବା ଦେଖିବାକୁ ମିଳିଛି । ତେବେ ବନ୍ୟା ପାଣିରେ ଭାସି ଯାଇଥିବା ଘର ଦ୍ୱାରକୁ କେମିତି ସଜାଡ଼ିବେ ଲୋକେ ତାକୁ ନେର ଚିନ୍ତାରେ ଥିବା ବେଳେ ଭୋଗରାଇ ବ୍ଲକ ପ୍ରାୟ ୧୧୦ ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।