PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଗଣିଆ ଓ ଭାପୁର ବ୍ଲକରେ ପଶିଲା ବନ୍ୟାପାଣି, ୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୟାଗଡ଼, ୧୬/୦୮ : ମହାନଦୀରେ ବନ୍ୟା ଆସିବା ପରେ ନୟାଗଡ଼ ଗଣିଆ ଓ ଭାପୁର ବ୍ଲକରେ ପଶିଛି ପାଣି । ରାସଙ୍ଗ ଓ କଳାପାଟ ମନ୍ଦିର ନିକଟ ରାସ୍ତାରେ ୬ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଛାମୁଣ୍ଡିଆ, ବଡ଼ ସିଲିଙ୍ଗା, ରାସଙ୍ଗ ପଞ୍ଚାୟତକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।

ରାସଙ୍ଗ ଠାରେ ପ୍ରଶାସନ ପକ୍ଷରୁ ଗୋଟିଏ ମଟର ବୋଟ୍ ଯୋଗାଇ ଦିଆଯାଇଛି । ଭାପୁର ବ୍ଲକର କରବର ପଞ୍ଚାୟତର ମାଣିତ୍ରୀ, ନଣ୍ଡାବର, କରବର ଏବଂ ଗୁଡ଼ୁପାଡ଼ି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବନ୍ୟାଜଳ ବଢ଼ୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ଦୁଇଟି ବ୍ଲକରେ ୬ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।