ଭୁବନେଶ୍ୱର,୧୩/୦୭: ଫକୀର ମୋହନ (ଏଫ୍‌ଏମ୍‌) ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା।  ଗୁରୁତର ଛାତ୍ରୀଙ୍କ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା ଜାରି ରହିଛି।  ଛାତ୍ରୀଙ୍କ ଶରୀର ୯୫  ପ୍ରତିଶତ ପୋଡ଼ିଯାଇଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି  କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ଅଛି । ତାଙ୍କୁ ଚିକିତ୍ସା ଦେବା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଛି ।  ଏହି ଟିମ୍‌ରେ ଜଣେ ବିଶେଷଜ୍ଞ ସମେତ ଜଣେ ଡାକ୍ତର  ଅଛନ୍ତି । ସେମାନଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି । ଏନେଇ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। 

ଏମ୍‌ସ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ଏମ୍‌ସ ବର୍ଣ୍ଣ ବିଭାଗରେ ପୀତିଡ଼ାଙ୍କୁ ICU ଭେଣ୍ଟିଲେଟର୍‌ରେ ରଖାଯାଇଛି। ଛାତ୍ରୀଙ୍କ ଶରୀର ୯୫ ପ୍ରତିଶାତରୁ ଅଧିକ ପୋଡ଼ି ଯାଇଛି। । ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ଅଛି। ଇଣ୍ଟରନାଲ୍‌ ଆଘାତ ରହିଥିବା ବେଳେ କିଡ୍‌ନୀ ପ୍ରଭାବିତ ହୋଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି। ପୀଡ଼ିତାଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି।

ପୀଡ଼ିତା ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏୟାର ଲିଫିଟଂ ହେବ କି ନାହିଁ କମିଟି ନିଷ୍ପତ୍ତି ନେବ । ୭ ରୁ ୮ ଜଣିଆ ଟିମ୍ ଚିକିତ୍ସା କରୁଛନ୍ତି। ସକାଳୁ ଡ୍ରେସିଂ ହୋଇଛି।  ଭେଣ୍ଟିଲେଟର୍‌ରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପରେ ହସ୍ପିଟାଲ ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ୱାସଙ୍କ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସାହୁ  ମାନସିକ ତଥା ଶାରୀରିକ ନିର୍ଯାତନା ଦେଉଥିବା ଛାତ୍ରୀ  ଅଭିଯୋଗ କରିଆସୁଥିଲେ । ଏନେଇ ସେ ଗତ ୧ ତାରିଖରେ  ମହାବିଦ୍ୟାଳୟର ଇଣ୍ଟନାର କମ୍ପେ୍ଲନ କମିଟିଙ୍କୁ ଦରଖାସ୍ତ  ଦେଇଥିଲେ । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ  ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ପାଞ୍ଚ ଦିନ ଭିତରେ  ତଦନ୍ତ ରିପୋର୍ଟ ଦିଆଯିବ ବୋଲି ତାଙ୍କୁ କୁହାଯାଇଥିଲା ।  ତେବେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ନ୍ୟାୟ  ନ ମିଳିବାରୁ ସେ ଚାପରେ ଥିଲେ । ଶନିବାର ଅଧ୍ୟକ୍ଷଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅଧ୍ୟକ୍ଷ  ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ହେଁ ଏଥିରେ ଅସନ୍ତୋଷ  ବ୍ୟକ୍ତ କରି ସେ ଏଭଳି କାର୍ଯ୍ୟପନ୍ଥା ଆପଣାଇଥିଲେ । ହଠାତ୍‌ ଅଧ୍ୟକ୍ଷଙ୍କ ଚାମ୍ବରରୁ ବାହାରି  ଆସି ସାଙ୍ଗରେ ଆଣିଥିବା ପେଟ୍ରୋଲ ଢାଳି ନିଜ ଦେହରେ  ନିଆଁ ଲଗାଇ ଦେଇଥିଲେ । ଏହା ଦେଖି ସେଠାରେ ଥିବା  କିଛି ଛାତ୍ର ତୁରନ୍ତ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ।  ସେତେବେଳେ ଛାତ୍ରୀଙ୍କ ଦେହସାରା ନିଆଁ ଲାଗିଯାଇଥିଲା ।  ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ । ବହୁ କଷ୍ଟରେ ନିଆଁ  ଲିଭିଥିଲେ ହେଁ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା ।  ନିଆଁ ଲିଭାଇଥିବା ଛାତ୍ରଙ୍କ ହାତ ମଧ୍ୟ ପୋଡ଼ି ଯାଇଥିଲା ।  ପରେ ଛାତ୍ରୀଙ୍କ ସମେତ ଛାତ୍ରଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀଙ୍କ ଅବସ୍ଥା  ଉଦ୍‌ବେଗଜନକ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ  ସ୍ଥାନାନ୍ତର କରାଯାଇଥିଲା । ଛାତ୍ର ଜଣଙ୍କ ଏବେ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଛାତ୍ରୀଙ୍କ ଶରୀର ୯୦ରୁ ୯୫  ପ୍ରତିଶତ ପୋଡ଼ିଯାଇଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି  କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ଅଛି । ତାଙ୍କୁ ସ୍ୱତନ୍ତ୍ର  ଚିକିତ୍ସା ଦେବା ପାଇଁ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି ।  ଏହି ଟିମ୍‌ରେ ଜଣେ ବିଶେଷଜ୍ଞ ସମେତ ଜଣେ ଡାକ୍ତର  ଅଛନ୍ତି । ସେମାନଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି ।