ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ବୁଲିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଆସିଥିବା ନଜରକୁ ଆସିଛି। ଇଟାଲୀର ଦୁଇ ଦମ୍ପତି ଗତ ନଭେମ୍ବର ମାସ ୧୪ ତାରିଖରୁ ଆସି ଦିଲ୍ଲୀରୁ କଲିକତାରେ ପହଁଚି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଥିବା ସାଇ ହିଲଭିୟୁ ରିସର୍ଟ ସର୍ଚ୍ଚ କରି ଆସି ପହଞ୍ଚି ଥିଲେ।
ସେମାନଙ୍କର ନାମ ଜନ ଫ୍ରାଙ୍କଲ ଖିସଟଫେ ରାଣେ ଓ ମାର୍ଗହେରିଟା। ରିସର୍ଟର ମାଲିକ ମନୋରଞ୍ଜନ ଦାସ ତାଙ୍କୁ ପଞ୍ଚଲିଙ୍ଗେଶ୍ୱର, ଖୁମକୁଟ,ବିଶ୍ୱେଶ୍ୱର ମହାଦେବ, ନୀଳଗିରିର ବିଭିନ୍ନ ଅଞ୍ଚଳ ବୁଲାଇଥିଲେ। ତେବେ ଓଡ଼ିଆ ଖାଦ୍ୟ ପଖାଳ, ବଡିଚୁରା, ବାଇଗଣ ପୋଡା, ଡାଲମା, ରୁଟି, ପନିର ତରକାରୀ ଖାଇ ଖୁସି ମନରେ ଉଭୟ ଦମ୍ପତି ଫେରି ଯାଇଥିବା ଜଣାପଡିଛି।