ଭୁବନେଶ୍ଵର, ୬/୧୨ : ଓଡ଼ିଶାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ। ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ଓଡ଼ିଶା ପର୍ଯ୍ୟଟନ ପ୍ରତି ବଢୁଛି ବିଦେଶୀଙ୍କ ଆଗ୍ରହ। ୨୦୨୨-୨୩ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୩-୨୪ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲିଖିତ ଉତ୍ତର ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ୫ ବର୍ଷରେ ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଲେଣି। ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୧ରେ ୨୨୬୯ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ସେହିପରି ୨୦୨୨ରେ ୨୨ ହଜାର ୧୭୨, ୨୦୨୩ରେ ୪୫ ହଜାର ୧୭୩, ୨୦୨୪ରେ ୫୩ ହଜାର ୩୯୨ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ।
ଜାପାନରୁ ସର୍ବାଧିକ ୪ ହଜାର ୪୨୩ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ଜାପାନ ପରେ ଦ୍ୱିତୀୟରେ ଇଟାଲୀ ରହିଛି। ଏଠାରୁ ୩ ହାଜର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ସେହିପରି ଗତ ୫ ବର୍ଷ ମଧ୍ୟରେ ଜର୍ମାନୀରୁ ୩୭୨୨, ୟୁକେରୁ ୩୭୧୫, ପ୍ରାନ୍ସ ରୁ ୩୦୦୮ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି।