ବଲାଙ୍ଗିର୭: ବଲାଙ୍ଗିର ଜିଲ୍ଲାରେ ଲାଗି ରହିଛି ବର୍ଷା ଲଗାଣ ବର୍ଷା ଯୋଗୁଁ କାନ୍ଥପଡି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି  ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ପଥର୍ଲା ପଞ୍ଚାୟତ ଲୁହୁରେନପାଲି ଗାଁରେ  ଏପରି ଘଟଣା ଘଟିଛି ମୃତକ ଜଣକ ହେଲେ ଗଣ୍ଡାରାମ କୁମ୍ଭାର।

ଶନିବାର ରାତିରେ ଗଣ୍ଡାରାମ କୁମ୍ଭାର ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଝାଟିମାଟି ଘରେ ଶୋଇଥିଲେ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗିଯାଇ ଦୁଇ ଜଣ ଚାପି ହୋଇଯାଇଥିଲେ ରବିବାର ସକାଳୁ ପଡୋଶୀ ଦେଖିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ କିନ୍ତୁ ଘଟଣାସ୍ଥଳରେ ଗଣ୍ଡରାମଙ୍କର ଜୀବନ ଚାଲିଯାଇଥିଲା ପୁଇଁତଲା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।  ସେହିପରି ଗୋଟିଏ ବାଛୁରୀର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି