ନୂଆଦିଲ୍ଲୀ – ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର ଅଭିମନ୍ୟୁ ଇଶ୍ୱରନ୍‌ ଓ କେଏଲ୍‌ ରାହୁଲଙ୍କ ଖରାପ ପ୍ରଦର୍ଶନରେ କମେଣ୍ଟ କରିଛନ୍ତି। ଇଣ୍ଡିଆ-ଏ ଓ ଅଷ୍ଟ୍ରେଲିଆର-ଏ ମଧ୍ୟରେ ଖେଳା ଯାଇଥିବା ମୁକାବିଲା ବେଳେ ରାହୁଲ-ଇଶ୍ୱରନ୍‌ ଆଶା ମୁତାବିକ ପ୍ରଦର୍ଶନ କରିପାରି ନାହାନ୍ତି। ସେଠାରେ ସଞ୍ଜୟ ପ୍ରଥମ ଥର ଅଷ୍ଟ୍ରେଲିଆ ଗସ୍ତ କରିଥିବା ଖେଳାଳିଙ୍କୁ ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି। 

୨୨ ନଭେମ୍ୱରରେ ପର୍ଥ ଟେଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କେଏଲ ଓ ଇଶ୍ୱରନଙ୍କୁ ଅଷ୍ଟ୍ରେଲିଆ- ଏ ବିରୋଧରେ ଅନଅଫିସିଆଲି ଟେଷ୍ଟ ମ୍ୟାଚ୍‌ ବେଳେ ଅଷ୍ଟ୍ରେଲିଆ ପରିସ୍ଥିତିରେ ରହିବାର ସୁଯୋଗ ମିଳିଛି। 

ହେଲେ ଅଭିମନ୍ୟୁ ଇଶ୍ୱରନ ଅଷ୍ଟ୍ରେଲିଆ-ଏ ବିରୋଧରେ ୪ଟି ଇଂନିସରେ କମାଲ କରି ପାରି ନାହାନ୍ତି। କେଏଲ ରାହୁଲ ମଧ୍ୟ ଦୁଇ ଇଂନିସରେ ୪ ଓ ୧୦ ରନ୍‌ ହିଁ କରିଛନ୍ତି। ଏହି ଦୁଇ ଜଣଙ୍କର ପ୍ରଦର୍ଶନକୁ ଦେଖି ପ୍ରଥମ ମ୍ୟାଚରେ ଏମାନଙ୍କର ସାମିଲ ହେବାର ଆଶଙ୍କା ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଥମ ମ୍ୟାଚରୁ ବାହାର ହୋଇ ପାରନ୍ତି। ଏହି ସ୍ଥିତିରେ ଓପନର ଭାବେ  ଖେଳିବାକୁ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ରହିଛି। 

ସଞ୍ଜୟ ମଞ୍ଜରେକର କହିଛନ୍ତି , ମୋତେ ଲାଗୁଛି କି, ଭାରତ ସେଠାକୁ ( ଅଷ୍ଟ୍ରେଲିଆ) କିଛି କମ୍‌ ଆତ୍ମବିଶ୍ୱାସର ସହ ଯାଇ ଥିଲା। କାରଣ ଏହି ଗସ୍ତ ପୂର୍ବରୁ ଯାହା ହେଲା ( ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ୦-୩ରେ ହାରି ଥିଲା) ଏବଂ ରୋହିତ-କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳି ଫର୍ମରେ ନଥିଲେ। ଆପଣ ଅଧିକାଂଶ ଭାରତୀୟ ବ୍ୟାଟରଙ୍କୁ ଯେଉଁଭଳି ଭାବେ ଆଉଟ୍‌ ହେବାର ଦେଖିଲେ , ତାହା  ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଥିବା ଭାରତୀୟ ବ୍ୟାଟରଙ୍କ ପାଇଁ ସାଧାରଣ କଥା ଥିଲା। ପିଚ୍ ଯେଉଁଠି କିଛି ସାହାଯ୍ୟ କରେ ତ ତାଙ୍କର ଖେଳିବା ତରିକା ଅଲଗା ଥାଏ ଏବଂ ସେଠାରେ ସେମାନେ ଅତିରିକ୍ତ ବାଉନ୍ସରେ ଆଶ୍ଚର୍ଯ୍ୟ ହୋଇ ଯାନ୍ତି ଏବଂ ଏହା ଆମ ସମସ୍ତଙ୍କ ସହ ହେଲା। 

ସେ ଆହୁରି କହିଛନ୍ତି , ଆମେ ଅଷ୍ଟ୍ରେଲିଆ ଯାଇ ଥିଲୁ ଏବଂ ଏଥିପାଇଁ ଆମେ ବାଉନ୍ସରେ ଅଭ୍ୟସ୍ତ ହେବା ପାଇଁ ସମୟ ଦରକାର ଥିଲା ଏବଂ ସହଜ ଭାବେ ଆମେ ନିଜ ଅପେକ୍ଷା କିଛି ଅଧିକ ଉପରେ ଖେଳୁ ଥିଲେ। ଏଥିପାଇଁ ଆପଣଙ୍କୁ ସେଠାରେ ଭାରତରେ ଖେଳିଥିବା ଉପାୟରୁ ମୁକ୍ତ ହେବାକୁ ପଡ଼ିବ। କେଏଲ ଓ ଇଶ୍ୱରନଙ୍କୁ ଭଲ ପ୍ରାରମ୍ଭ  ମିଳି ନାହିଁ । ଏଥିପାଇଁ ଏହି ଦୁହିଁଙ୍କ ମଧ୍ୟରେ ଟକ୍କର ଆହୁରି ବଢି ଯାଇଛି।