ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମୁମ୍ବାଇ ଇଣ୍ଡିଆନ୍ସର ଏହି ପ୍ଲେୟାରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ବାନ୍ଧିଲା ପୋଲିସ

Published By : Ankita S | May 6, 2025 9:49 AM

ନୂଆଦିଲ୍ଲୀ,୦୬/୦୫: ବନ୍ଧୁତା, ପ୍ରେମ, ନିର୍ବନ୍ଧ ପୁଣି ପ୍ରତାରଣା । ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ପ୍ଲେୟାର ଶିବଲିକ ଶର୍ମା । ଜଣେ ଯୁବତୀ ଶିବଲିକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହି ଆଧାରରେ ରାଜସ୍ଥାନ ଯୋଦ୍ଧପୁର ପୋଲିସ ତାଙ୍କୁ ଗିରଫ କରିଛି ।

୨୬ ବର୍ଷୀୟ ଶିବଲିକ ଶର୍ମା ଯିଏ କି ବରୋଦା ଟିମ୍ ପାଇଁ ଖେଳୁଛନ୍ତି । ପାଣ୍ଡ୍ୟା ବଦର୍ସ ହାର୍ଦ୍ଦିକ ଓ କୃନାଲଙ୍କ ଟିମ୍‌ମେଟ୍‌ ଶିବଲିକ । ତାଙ୍କ ନାମରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ ରାଜସ୍ଥାନ ପୋଲିସ ତାଙ୍କୁ ହେପାଜତରେ ନେଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ଶିବଲିକ ଶର୍ମାଙ୍କୁ କୋର୍ଟରେ ହାଜର କରାଯାଇଛି । ଯୋଦ୍ଧପୁରର ଭାଗାତସନି ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି, ଶିବଲିକ ତାଙ୍କୁ ବିବାହ କରିବାକୁ ମିଛ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ।

ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ଶିବଲିକଙ୍କ ବନ୍ଧୁ । ଦୁହିଁଙ୍କ ମଧ୍ୟରେ ସୋସିଆଲ ମିଡିଆରୁ ବନ୍ଧୁତା ହୋଇଥିଲା । ଏହା ପ୍ରେମରେ ପରିଣତ ହୋଇଥିଲା । ଏହାପରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା । ପରବର୍ତ୍ତୀ ସମୟରେ ଶିବଲିକଙ୍କ ଘରଲୋକ ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ଏହାପରେ ଶିବଲିକ ଯୁବତୀଙ୍କୁ ଧୋକା ଦେଇଥିବା ନେଇ ଅଭିଯୋଗ କରିଥିଲେ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଥିଲେ । ବର୍ତ୍ତମାନ ସେ କୌଣସି ଆଇପିଏଲ ଦଳରେ ନାହାନ୍ତି । ବରୋଦା ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲଙ୍କ ସହ ବି ଖେଳିଛନ୍ତି । ଘରୋଇ କ୍ରିକେଟରେ ୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି ।ଶିବଲିକ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ । ୨୦୧୮ରେ ଘରୋଇ କ୍ରିକେଟରେ ପଦାର୍ପଣ କରିଥିଲେ । ୧୮ଟି ଫାଷ୍ଟକ୍ଲାସ ମ୍ୟାଚରେ ଟିମ୍‌କୁ ପ୍ରତିନିଧିତ୍ୱ କରିଛନ୍ତି । ସେଥିରେ ୧୦୮୭ ରନ୍ କରିଛନ୍ତି । ୧୩ଟି ଲିଷ୍ଟ ଏ ଗେମ୍ ଏବଂ ୧୯ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ଯଥାକ୍ରମେ ୩୨୨ ଓ ୩୪୯ରନ କରିଛନ୍ତି । ତାଙ୍କ ନାମରେ ୩ଟି ୱିକେଟ ରହିଛି । ଶେଷଥର ପାଇଁ ଚଳିତ ବର୍ଷ ଜାନୁଆରୀରେ ବରୋଦାର ରଣଜୀ ଟ୍ରଫି କ୍ୟାମ୍ପେନରେ ଦେଖିବାକୁ ମିଳିଥିଲା । ୨୦୨୩ ଆଇପିଏଲରେ ଶିବଲିକଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.