ଭୂବନେଶ୍ୱର: ଏ ସରକାର ବର୍ଷକ ଭିତରେ ପୁରା ଫେଲ ମାରିଛି। କିଛି ଏମିତି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଏ ସରକାର ସବୁ ବିଭାଗ ଓ ସବୁ କ୍ଷେତ୍ରରେ ଫେଲ୍। ଘନ ଘନ ବିଦ୍ୟୁତ କଟୁଛି। ବିଦ୍ୟୁତ ୟୁନିଟ ଛାଡ ପ୍ରତିଶ୍ରୁତି କୁଆଡେ ଗଲା? ସରକାରକୁ ଆସିବା ମାତ୍ରେ ସେହି ଦିନ କ୍ୟାବିନେଟ ବସି ଚିଟ ଫଣ୍ଡ ଫେରସ୍ତ ହେବ କହିଥିଲେ। ତାହା କେଉଁଠିକୁ ଗଲା?
ସମସ୍ତଙ୍କୁ ସାମାଜିକ ସୁରକ୍ଷା ପାଇଁ 3000 ଟଙ୍କା ଭତ୍ତା କୋଉଠି ମିଳୁଛି? ଧାନର କଟନୀ ଛଟନୀ ବନ୍ଦ ହୋଇଛି କି ? ମହିଳାଙ୍କ ପ୍ରତି ଅପରାଧ ବଢ଼ୁଚି , ଆଇନ ଶୃଙ୍ଖଳା କୋଉଠି ନିୟନ୍ତ୍ରଣ ହେଉଛି? ସବୁ କ୍ଷେତ୍ରରେ ଏ ସରକାର ଫେଲ ମାରିଛି ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀ ଜେନା କହିଛନ୍ତି।