ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପୂର୍ବତନ ସରପଞ୍ଚ ହତ୍ୟା ଘଟଣା; ଧାନ ବିକ୍ରି ପାଇଁ ସୁପାରି ଦେଇ ହତ୍ୟା, ୪ ଗିରଫ

Published By : Gurupada Nath | November 21, 2024 4:31 PM

ଭଦ୍ରକ,୨୧/୧୧ : ଭଦ୍ରକ ଜିଲ୍ଲାରେ ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣାରେ ପୋଲିସର ପର୍ଦ୍ଦାଫାଶ । ଗତ ୧୩ତାରିଖ ଭଦ୍ରକ ଜିଲ୍ଲା ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିଲା । 

ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଓ ଭଦ୍ରକ ଏସପି ମାଡକର ସନ୍ଦୀପ ସମ୍ପତଙ୍କ ସୂଚନା ଅନୁଯାୟୀ ସେ ୧୨ତାରିଖ ରାତିରେ ଫେରିବାବେଳେ ବାଇକକୁ ସରୋଜ ନାମକ ଯୁବକ ଅଟକାଇଥିଲେ। ଅନ୍ୟ ୩ଜଣ ମଦ ପିଇବା ପରେ ଖାସି କଟା ଭୁଜାଲିରେ ପଛରୁ ହାଣିଥିଲେ । ମଦ୍ୟପାନ କାହା ସହ କରିଥିଲେ ତାହାକୁ ତଦନ୍ତ କରାଗଲା । ପ୍ରଥମେ ୩ଜଣଙ୍କୁ ଧରିଥିଲୁ ଓ ମୁଖ୍ୟ ମାଷ୍ଟର ମାଇଣ୍ଡ ଧୁମାକୁ ଧରିଥିଲୁ । ମୃତକଙ୍କ ଭଙ୍ଗା ମୋବାଇଲ୍, ବାଇକ୍ ଓ ଜୋତା ଜବତ ହୋଇଛି । ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ମାଷ୍ଟର ମାଇଣ୍ଡର ଧାନ ବେପାର ଥିଲା। 

ମୃତକ ସେବା ସମବାୟ ସମିତିର ସଭାପତି ଥିବାରୁ ତାଙ୍କ ସହ ଶତ୍ରୁତା ଥିଲା । ମୁଖ୍ୟ ଅଭିଯୁକ୍ତ ୪୦ହଜାର ଟଙ୍କା ହତ୍ୟା ପାଇଁ ଦେଇଥିଲେ ଓ ସମୁଦାୟ ୨ଲକ୍ଷ ୫୦ହଜାର ଟଙ୍କାରେ ଡିଲ୍ ହୋଇଥିଲା । ସୁପାରି ନେଇଥିବା ଯୁବକ ବାଦଲ ସାମଲ, ସରୋଜ ସାହୁ ଓ ପ୍ରଶାନ୍ତ ରାଉତ ଚିତ୍ତ ଘରକୁ ଫେରିବାବେଳେ ସାଙ୍ଗରେ ଡାକି ମଦ ପିଇଥିଲେ। ପରେ ତାଙ୍କୁ ପଛ ପଟୁ ହାଣି ହତ୍ୟା କରିଥିଲେ । ତେବେ ହତ୍ୟାକାରୀମାନେ ମାଷ୍ଟର ମାଇଣ୍ଡ ବିଦ୍ୟୁତ୍ ସାହୁର ନିର୍ଦ୍ଦେଶରେ ହତ୍ୟା କରିଥିବା ପୋଲିସ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.