ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କୋଟିଏ ଟଙ୍କା ଦାବି କରି ୪ଜଣଙ୍କୁ ଅପହରଣ ଘଟଣା : ନାଗ ସାପ ଦେଖାଇ ଟଙ୍କା ଦାବି, ଅପହୃତ ଉଦ୍ଧାର

Published By : Gurupada Nath | January 26, 2025 11:22 PM

ପାତ୍ରପୁର,୨୬/୧ :  ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ବ୍ରହ୍ମପୁର ଓ ଚିକିଟି  କିଛି ଅସାମାଜିକ ଯୁବକଙ୍କ ଏକ ମିଳିତ ଗୋଷ୍ଠୀ ୪ଜଣ ବ୍ୟକ୍ତିଙ୍କୁ କିଛିଦିନ ଧରି ଅପହରଣ କରି ରଖିଥିବା ବେଳେ ଅପହୃତ ଚାରି ଜଣ ବ୍ୟକ୍ତି କେ.ନୂଆଗାଁ ପୋଲିସ ଦ୍ୱାରା ରବିବାର ସକାଳୁ ଉଦ୍ଧାର ହୋଇଛନ୍ତି । ଅପହୃତଙ୍କ ମଧ୍ୟରୁ ୩ଜଣ କଟକ ଅଂଚଳର ହୋଇଥିବାବେଳେ ଅନ୍ୟ ଜଣେ ଦିଲ୍ଲୀର ବୋଲି ଜଣାପଡିଛି । ପ୍ରଥମେ ଏହି ଅପହୃତ ମାନଙ୍କୁ ଗୋଳନ୍ଥରା ଥାନା ଇଲାକାରେ ପ୍ରଥମେ ଅପହରଣ କରି ରଖିବା ପରେ ସେମାନଙ୍କୁ ଚିକିଟି ଗଡ଼ରେ ଗତ ତିନିଦିନ ହେବ ରଖାଯାଇ ଅକଥନୀୟ ଅତ୍ୟାଚାର କରାଯାଉଥିଲା । 

ଚିକିଟି ଗଡ଼ର ନୂତନ ପାତ୍ର ନାମକ ଜଣେ ବ୍ୟକ୍ତି ନିଜ ଘର ବାଡ଼ି ପଟେ ଏମାନଙ୍କୁ ବନ୍ଧକ ରଖିଥିବା ପୋଲିସ କହିଛି । ନିଜ ଘରର ଶେଷ ପାର୍ଶ୍ଵରେ ଥିବା ଏକ କୁଡ଼ିଆ ଘରେ ଏକ ସାପ ବିଳା ରହିଛି । ଅପହରଣକାରୀ ସେହି ଜାଗାରେ ଚାରି ଜଣଙ୍କୁ ରଖି କୋଟିଏ ଟଙ୍କା ଦାବି କରୁଥିବା ପୋଲିସ କହିଛି । ସବୁଠାରୁ ଆଶ୍ଚର୍ଯ୍ୟ ଅପହରଣକାରୀ ନୂତନ ପାତ୍ର ଉକ୍ତ ଚାରି ଜଣଙ୍କୁ ନିର୍ଯାତନା ଦେବା ସହ ଏକ ବିରାଟ ନାଗ ସାପ ଦେଖାଇ ମାରିବାକୁ ଧମକ ଦେଇ ଡ଼ରାଉଥିଲା । ଉକ୍ତ ଚାରି ଜଣଙ୍କ ମଧ୍ୟରୁ ଜଣେ ରବିବାର ଭୋରରୁ କୌଶଳ କ୍ରମେ ଖସି ଆସି ଚିକିଟି ତହସିଲ ଅଫିସ ଗ୍ରୀଲ ଡେଇଁ ଭିତରେ ପଶି ଆମକୁ ରକ୍ଷା କର ସିଏ ଆମକୁ ମାରି ଦେଵ ବୋଲି ଚିତ୍କାର କଲେ ।

ଅଫିସରେ ଥିବା ଡ୍ରାଇଭର ଏ ନେଇ ଅଧିକାରୀଙ୍କୁ ଜଣେଇବା ପରେ ପୋଲିସରେ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଅପହୃତ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଅପହୃତଙ୍କ ମଧ୍ୟରୁ ଦିଲ୍ଲୀର ବ୍ୟକ୍ତି ଜଣଙ୍କ ଏକ ବଡ଼ ଫାଇନାନ୍ସ କମ୍ପାନୀର ଏଜେଣ୍ଟ । ଯିଏ କି କୋଟି କୋଟି ଟଙ୍କା ରୁଣ ଦିଏ । କୌଣସି ମତେ ଋଣ କଥା ନିମନ୍ତେ ଉକ୍ତ ଚାରି ଜଣ ବ୍ରହ୍ମପୁର ଆସିଥିଲେ । ସେଠାରୁ ତାଙ୍କୁ ଅପହରଣ କରି ନିଆଯାଇଥିବା ପୋଲିସ କହିଛି । ଗୋଟିଏ ଦିନ ବ୍ରହ୍ମପୁର ଅଞ୍ଚଳରେ ରଖିବା ପରେ ଉକ୍ତ ୪ଜଣକୁ ଅପହରଣକାରୀ ମାନେ ଚିକିଟି ନୂତନ ପାତ୍ରଙ୍କ ବାଡ଼ି ପଛରେ ଥିବା କୁଡ଼ିଆ ଘରେ ବାନ୍ଧି ରଖିଥିଲେ । ପୋଲିସ ଦ୍ୱାରା ଉଦ୍ଧାର ପରେ ଅପହର୍ତ୍ତାମାନେ ନିଜର ଦୁଃଖ ପୋଲିସ ଆଗରେ କହିଛନ୍ତି । ସେମାନଙ୍କୁ ମାଡ଼ ମରାଯିବା ସହ ଏକ ବିଷାକ୍ତ ନାଗ ସାପ ସେମାନଙ୍କ ମୁଂହ ପାଖକୁ ଆଣି ଟଙ୍କା ନ ଦେଲେ ମରିବ ବୋଲି ଡ଼ରେଇ ଧମକ ଦିଆଯାଉଥିଲା । 

କୌଶଳ କ୍ରମେ ଖସି ଆସିଥିବା ବ୍ୟକ୍ତିଙ୍କୁ ଧରି ଚିକିଟି ତହସିଲଦାର ବିଶ୍ୱରଞ୍ଜନ କଂହର, ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ, କେ.ନୂଆଗାଁ ଥାନା ଆଇଆଇସି କିଶୋର ସାମଲ ପ୍ରମୁଖ ସଦଳ ବଳେ ପହଂଚିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁ ନୂତନ ପାତ୍ର ନିଜ ସହଯୋଗୀଙ୍କ ସହାୟତାରେ ଏମାନଙ୍କୁ ବନ୍ଧକ ରଖିଥିଲା ସେ ଉକ୍ତ ଯାଗାରେ ବହୁ ପରିମାଣର ଗଞ୍ଜେଇ ଗଛ ଲାଗେଇଥିଲା । ଯାହା ତଦନ୍ତ ବେଳେ ପୋଲିସ ନଜରକୁ ଆସିଲା ।ହେଲେ ସକାଳୁ ଅପହରଣ ହୋଇଥିବା ୪ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଦିନତମାମ ସେମାନଙ୍କୁ ପଚରାଉଚରା କରି ପୋଲିସ ପୁଣି ସନ୍ଧ୍ୟାରେ ପହଂଚିବା ବେଳକୁ ପ୍ରାୟ ସବୁ ଗଞ୍ଜେଇ ଗଛ କାଟିଦିଆଯାଇ କୁଆଡେ ଗାୟବ କରିଦିଆଯାଇଥିବା ଦେଖିବାକୁ ମିଳିଥିଲା । ଅପହରଣ ସ୍ଥଳରୁ ଉଦ୍ଧାର ଆହତ ନଗସାପକୁ ବନବିଭାଗ ଚିକିତ୍ସା କରି ନିଜ ହେପାଜତକୁ ନେଇଛନ୍ତି । ସାପଟିର ବେକ ଓ ଅଣ୍ଟା ପାଖରେ ଆଘାତ ଲାଗି ସାପଟି ନିସ୍ତେଜ ଅବସ୍ଥାରେ ଥିଲା ।ଯାହାକୁ ଧରି ନୂତନ ଉକ୍ତ ୪ଜଣଙ୍କୁ ଡ଼ରାଉଥିବା ସୂଚନା ମିଳିଛି । ଘଟଣାରେ ଚିକିଟି ଗଡ଼ର ନୂତନ ପାତ୍ର ସହ ଆଉ ଜଣେ ଥିବା ବେଳେ ଚିକିଟି ପେଣ୍ଠର 3ଜଣ ଏବଂ ଵ୍ରହ୍ମପୁର ଅଂଚଳର କିଛି ବ୍ୟକ୍ତିଙ୍କ ହାତ ରହିଥିବା କେ.ନୂଆଗାଁ ପୋଲିସ ନିଶ୍ଚିତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛେଇଛି । ଏବେ ବି ଘଟଣା ରହସ୍ୟ ଘେରରେ ରହିଥିବାରୁ ପୋଲିସର ଅଧିକ ତଦନ୍ତ ଜାରୀ ରହିଛି । ସୋମବାର ପୁରା ଘଟଣା ଉପରୁ ପରଦା ଉଠିବା ସହ ଏହି ହାଇଭୋଲ୍ଟେଜ ଅପହରଣ ଘଟଣାରେ କିଏ କିଏ ଜଡିତ ତାହା ଜଣାପଡିବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ ଏହି ଅପହରଣ ଟଙ୍କା ପାଇଁ କି ଏହା ସହ ଗଞ୍ଜେଇ ଲିଙ୍କ କିଛି ରହିଛି ତାହାକୁ ନେଇ ସସପେନ୍ସ ଦେଖାଦେଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.