ଭୁବନେଶ୍ବର, ୧୮।୧୧ : ରାଜ୍ୟରେ ଗଠନ ହେବ ଆଉ ୪ ନୂଆ ତହସିଲ। ୩ ମହାନଗରରେ ହେବ ୪ ନୂଆ ତହସିଲ। ଭୁବନେଶ୍ବର, କଟକ ଓ ସମ୍ବଲପୁର ମହାନଗର ନିଗମରେ ଏହି ୪ ନୂଆ ତହସିଲ ସୃଷ୍ଟି କରାଯାଇଛି। ଭୁବନେଶ୍ବରରେ ଆଉ ୨ଟି ନୂଆ ତହସିଲ ହେବ। ସେହିପରି କଟକରେ ଗୋଟିଏ ନୂଆ ତହସିଲ ହେବ। ସମ୍ବଲପୁରରେ ମଧ୍ୟ ଗୋଟିଏ ନୂଆ ତହସିଲ କରାଯିବ । ନଗରାଞ୍ଚଳ ସୀମା ବଢିବାରୁ ରାଜସ୍ବ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।