ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଆପାର୍ଟମେଣ୍ଟର ଲିଫ୍ଟରେ ଫସି ୪ବର୍ଷିୟ ଶିଶୁର ଚାଲିଗଲା ଜୀବନ, ମାସକରେ ଏହା ୨ୟ ଦୁର୍ଘଟଣା

Published By : Prameya | March 13, 2025 9:54 PM

ନୂଆଦିଲ୍ଲୀ : ହାଇଦ୍ରାବାଦର ଏକ ବିଲ୍ଡିଂରେ ଭୟଙ୍କର ଦୁର୍ଘଟଣା ଘଟିଛି। ବିଲ୍ଡିଂର ଲିଫ୍ଟରେ ଫସି ଯାଇ ଜଣେ ସାଢେ ଚାରି ବର୍ଷିୟ ପିଲାର ମୃତ୍ୟୁ ହୋଇଛି। ଘଟଣା ପରେ ପରିବାରର ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି। ସେପଟେ ପୁଲିସ ଘଟଣା ବିଷୟରେ ସୂଚନା ଦେଇଛି । ସହରରେ ମାସକରେ ଏହି ପ୍ରକାରର ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ମଧ୍ୟ ଏକ ବିଲ୍ଡିଂରେ ଲିଫ୍ଟରେ ଫସିବାରୁ ୬ ବର୍ଷିୟ ପିଲାର ମୃତ୍ୟୁ ହୋଇଥିଲା। ପୂରା ମାମଲାରେ ପୁଲିସ ଯାଞ୍ଚ କରୁଛି। 

ଆସିଫ୍‌ ନଗର ଥାନାର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି , ଏହି ଘଟଣା ବୁଧବାର ରାତିରେ ୪ର୍ଥ ମହଲା ବିଲ୍ଡିଂରେ ହୋଇଛି, ଯାହା ଏକ ଘରୋଇ ହଷ୍ଟେଲ। ଯେଉଁ ପିଲାର ଲିଫ୍ଟରେ ଫସିବାରୁ ମୃତ୍ୟୁ ହୋଇଛି ,ତାଙ୍କର ବାପା ମାଆ ନେପାଳର। ମୃତକ ପିଲାଙ୍କର ବାପା ୪ମାସ ହେବ ଏକ ବିଲ୍ଡିଂରେ ଚୌକିଦାର ଭାବେ କାମ କରୁଛନ୍ତି। ପରିବାର ଲୋକଙ୍କ ଅଭିଯୋଗରେ ପୁଲିସ ମାମଲା ରୁଜୁ କରାଇଛି। 

ପୁଲିସ କହିଛି ଯେ, ବୁଧବାର ରାତିରେ ପିଲାଟିର ମାଆ ଓ କିଛି ସ୍ଥାନୀୟ ଲୋକେ ତାକୁ ଲିଫ୍ଟରେ ଫସି ଥିବାର ଦେଖି ଥିଲେ। ପ୍ରାରମ୍ଭିକ ଯାଞ୍ଚ ପରେ ଜଣେ ଅଧିକାରୀ କହିଛନ୍ତି ଯେ , ପିଲାଟି ଚାପି ହୋଇ ଯାଇଥିଲା , ଲିଫ୍ଟ  ଗ୍ରାଉଣ୍ଡ ଫ୍ଲୋର ଓ ପ୍ରଥମ ଫ୍ଲୋର ମଧ୍ୟରେ ଫସି ଯାଇଥିଲା। ପୁଲିସ କହିଛି କି, ସ୍ଥାନୀୟ ଲୋକେ ପିଲାକୁ ବାହାରକୁ ଆଣି ତାକୁ ହସ୍ପିଟାଲରେ ପହଞ୍ଚାଇ ଥିଲେ। କିନ୍ତୁ ସେତେବେଳେକୁ ବିଳମ୍ୱ ହୋଇ ସାରିଥିଲା, ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଧିକାରୀ କହିଛନ୍ତି କି, ପୁଲିସ ଯାଞ୍ଚ କରୁଛି ଯେ , ଏହା କାହାର ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଛି ନା ଲିଫ୍ଟରେ କୌଣସି ଯାନ୍ତ୍ରିତ ତ୍ରୁଟି ଥିଲା। ପୁଲିସ ମୁତାବିକ ଫେବ୍ରୁଆରୀରେ ମଧ୍ୟ ଏମିତି ଘଟଣା ସାମ୍ନାକୁ ଆସିଥିଲା। ଏକ ଆପାର୍ଟମେଣ୍ଟ ପରିସରରେ ଏଲିଭେଟର ଶାଫ୍ଟ ଓ କାନ୍ଥ ମଧ୍ୟରେ ୬ବର୍ଷିୟ ପିଲା ଫସି ଗୁରୁତର ଭାବେ ଆହତ ହୋଇ ଥିଲେ। ସେଠାରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.