କୋଣାର୍କ, ୩୦/୧୨ : ବିଶ୍ଵ ପ୍ରସିଦ୍ଧ କୋଣାର୍କ ମନ୍ଦିରରେ ଆଜି ମାଗଣା ପ୍ରବେଶ। ପବିତ୍ର ଶାମ୍ବଦଶମୀ ଅବସରରେ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁକ୍ଳ ଛାଡ଼ କରାଯାଇଛି। ଗୋଟିଏ ଦିନ ପାଇଁ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଫି ଛାଡ଼ କରାଯାଇଛି। ଫଳରେ ଆଜି କୋଣାର୍କ ପ୍ରବଳ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
ସକଳ ଶକ୍ତିର ଆଧାର ସୂର୍ଯ୍ୟ। ତାଙ୍କ ଉପାସନା କ୍ଷେତ୍ର ରୂପେ ଅର୍କକ୍ଷେତ୍ର କୋଣାର୍କ ସର୍ବଜନବିଦିତ। ପୌଷ ଶୁକ୍ଲ ଦଶମୀ ତିଥି ଶାମ୍ବ ଦଶମୀର ସ୍ବତନ୍ତ୍ରତା ରହିଛି। ପବିତ୍ର ଶାମ୍ବଦଶମୀ ଅବସରର ମଙ୍ଗଳବାର କୋଣାର୍କ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ଯୋଗୁଁ ଭିଡ଼ ରହିବ। ଦୀର୍ଘ ୨୯ବର୍ଷ ହେଲା କୋଣାର୍କ ସୁରକ୍ଷା ସମିତି ପ୍ରତି ଶନିବାର ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ପାଇଁ ଦାବି କରିଆସୁଛି।
ଏହି ଖବରଟିକୁ ପଢନ୍ତୁ- ନୂଆବର୍ଷରେ ଅସହ୍ୟ ଶୀତ: ଜାଡ଼ରେ ଥରହର ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୫ ସ୍ଥାନର ପାରଦ