ଭୁବନେଶ୍ବର,୨୫/୧ :  ଲୋକଙ୍କୁ ସୁବିଧାରେ ଚିକିତ୍ସା ସୁବିଧା ଯୋଗାଇବାକୁ ଅନବରତ ଉଦ୍ୟମ କରୁଛି ଆଇଏମଏସ ଏଣ୍ଡ ସମ ହସ୍ପିଟାଲ । ମାଗଣାରେ ଔଷଧ ଯୋଗାଣ କରି ରୋଗୀଙ୍କୁ ଉଚ୍ଚତର ଚିକିତ୍ସାର ସୁବିଧା ବି ଯୋଗାଉଛି । ଆଜି ଛତ୍ରପୁରସ୍ଥିତ ଶିବ ପଟ୍ଟନାୟକ ରିଡିଙ୍ଗ ରୁମଠାରେ ସମ୍ ହସ୍ପିଟାଲ ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।  

ଛତ୍ରପୁର ପ୍ରେସ କ୍ଲବ ସହଯୋଗରେ ଆଇଏମଏସଏଣ୍ଡ ସମ ହସ୍ପିଟାଲ -୩ପକ୍ଷରୁ ମାଗଣା ମେଗା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ବ ଲୋକ ଯୋଗଦେଇ ବିଭିନ୍ନ ରୋଗର ଚିକିତ୍ସା କରାଇଥିଲେ । ମାଗଣାରେ ଚିକିତ୍ସା ସୁବିଧା ପାଇବା ସହ ମାଗଣାରେ ଔଷଧ ବି ପାଇଥିଲେ । ସମ୍ ହସ୍ପିଟାଲର ଏଭଳି ପ୍ରୟାସ ଏବଂ ମାଗଣା ଚିକିତ୍ସା ପାଇ ବେଶ ଖୁସି ଜାହିର କରିବା ସହ ସମ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ସେପଟେ ପ୍ରେସ କ୍ଲବ ପକ୍ଷରୁ ମଧ୍ୟ ସମ ହସ୍ପିଟାଲର ପ୍ରୟାସକୁ ବେଶ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ମେଡ଼ିସିନ, ଗ୍ୟାଷ୍ଟିରଲୋଜି, ଡାଇବେଟିସ ଭଳି ୧୧ ଟି ବିଭାଗର ଡାକ୍ତର ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ମାଗଣା ଚିକିତ୍ସା ସେବା ଯୋଗାଇଥିଲେ । ଘର ନିକଟରେ କିଭଳି ଉଚ୍ଚତର ଚିକିତ୍ସା ଲୋକେ ପାଇବେ ସେ ନେଇ ସମ ହସ୍ପିଟାଲ ନିରନ୍ତର ଭାବେ ପ୍ରୟାସ କରିଛି । ଆଗାମୀ ଦିନରେ ବି ଏଭଳି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ସମ ମେଡିକାଲ କର୍ତ୍ତୃପକ୍ଷ । ଏଭଳି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗଦେଇ ଚିକିତ୍ସା ଶିବିରର ଅନୁଧ୍ୟାନ କରିଥିଲେ । ସମ ହସ୍ପିଟାଲର ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ । ଆଗାମୀ ଦିନରେ ଏଭଳି ପ୍ରୟାସ ଜାରୀ ରଖି ଲୋକଙ୍କୁ ଉଚ୍ଚତ୍ତର ଚିକିତ୍ସା ଯୋଗାଇବେ ବୋଲି ଜିଲ୍ଲାପାଳ ଆଶା ରଖିଥିବା କହିଛନ୍ତି ।