PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ

ଧର୍ମଗଡ଼, ୨୫/୦୯ : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ୍‌ରୁ ୩ କୁଇଣ୍ଟାଲ ୨୦ କେ.ଜି ଗଞ୍ଜେଇ ଜବତ କରିବା ସହିତ ଜଣେ ଗଞ୍ଜେଇ ଚାଲାଣକାରୀ ଗିରଫ କଲା କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ।

ସୂଚନା ଅନୁଯାୟୀ, ରାୟଗଡ଼ା ପଟୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପୂର୍ବରୁ ସୂଚନା ପାଇ କଳାହାଣ୍ଡି ସୀମା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଲାଠିଆଗୁଡା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ଛକି ବସିଥିଲା। ଏହି ସମୟରେ ଏକ ନମ୍ବର ବିହୀନ ପିକଅପ୍ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ଥିଲା। ହେଲେ ଅବକାରୀ ବିଭାଗକୁ ଦେଖି ପିକଅପଟି ସେଠାରୁ ଦ୍ରୁତଗତିରେ ଫେରାର ମାରିଥିଲା l ଗାଡିଟି ଦ୍ରୁତ ଗତିରେ ବିଜୁ ଏକ୍ସପ୍ରେସ ୱେ ଆମପାଣି ଦେଇ ଯାଉଥିବା ବେଳେ ଖବର ପାଇ ଘଣ୍ଟିଗୁଡା ଛକରେ ଧର୍ମଗଡ ଅବକାରୀ କର୍ମଚାରୀ ଜଗିଥିବା ଦେଖି ଡ୍ରାଇଭର ଗାଡିକୁ ସହାଜଖୋଲ ଜଙ୍ଗଲ ଭିତରକୁ ନେଇ ଯାଇଥିଲା ଏବଂ ସେଠାରେ ଗାଡ଼ିରେ ଥିବା ଗଞ୍ଜେଇ ବସ୍ତା ଗୁଡିକୁ ଫିଙ୍ଗି ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଏକ ପଥରରେ ଗାଡି ପିଟି ହୋଇ ସେଠି ଅଟକି ଯାଇଥିଲା l ଫଳରେ ଅବକାରୀ କର୍ମଚାରୀ ଜଣେ ଚାଲାଣକାରୀକୁ ଗିରଫ କରିଥିଲେ ଏବଂ ପିକଅପ୍ ଗାଡିକୁ ଜବତ କରିଥିଲେ l ଗିରଫ ହୋଇଥିବା ଗଞ୍ଜେଇ ଚାଲାଣକାରୀ ହେଲେ କୋକସରା ବ୍ଲକ ସାନପୋଡାଗୁଡା ଗାଁର ସୁନ୍ଦର ପୂଝରୀ ବୋଲି l ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l