କଣ୍ଟାମାଳ୧୩/୧୦ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ କୁନା ସିଲା ରାସ୍ତାରୁ କାର ସହ ୨୫ କେଜି ଗଞ୍ଜେଇ ଜବତ କରିଛି ଘଣ୍ଟାପଡା ପୁଲିସ l ମାମଲାରେ ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ମିଳିଥିବା ସୂଚନା ଅନୁଯାୟୀ ଘଣ୍ଟାପଡା ଥାନାର ଏକ ପୁଲିସ ଟିମ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୁନା ସିଲା ରାସ୍ତାରେ ଏକ ଲାଲ ରଙ୍ଗର କାର ନମ୍ବର ଓଆର-02BF-7721 କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା l ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ ସହ ଗଞ୍ଜେଇ ଜବତ୍ କରିଥିବା ବେଳେ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଘଣ୍ଟାପଡା ପୁଲିସ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହାର ଓଜନ ୨୫କେଜି ହୋଇଥିଲା l ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗ୍ରାମର ଯୁଗେଶ ଭୋଇ ୪୩ ବର୍ଷ ଓବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗତ ଲେଣ୍ଡ୍ରିମାଲ ଗ୍ରାମର ଶକ୍ତିସେନ ବଂଚୋର ବୋଲି ତଦନ୍ତରୁ ଜଣାପଡିଥିଲା l ଏ ସମ୍ପର୍କରେ ଘଣ୍ଟାପଡା ଥାନାରେ କେସ ନମ୍ବର 138 Dtd 13:10:2025ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଘଣ୍ଟା ପଡ଼ା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରୀ ସୂଚନା ଦେଇଛନ୍ତି