ସୁନ୍ଦରଗଡ,୨୨।୧୧(ଆ.ପ୍ର.) ; ଲେଫ୍ରିପଡା ଥାନା ପୁଲିସ କଶେଇଝରଣ ଗାଁ ରାସ୍ତାରୁ ଏକ ଟିଭିଏସ୍ ସ୍କୁଟିରୁ  ଗ​‌ଞ୍ଜେଇ  ଜବତ କରିଛି ।  ଏଥିସହ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ କଶେଇଝରଣ ଗ୍ରାମର ପରକ୍ଷିତ ମହାକୁଲ (୪୫)।

ପରକ୍ଷିତ ତାଙ୍କ ସ୍କୁଟିରେ ଗ​‌ଞ୍ଜେଇ   ନେଇ ଯାଉଥିବା ବେଳେ ପୁଲିସ ପାଟ୍ରୋଲିଂ ଦଳ ହାବୁଡରେ ପଡିଥିଲେ । ଉକ୍ତ ଗ​‌ଞ୍ଜେଇର ଓଜନ ୧୦ କିଲୋ ୩୦୦ ଗ୍ରାମ ରହିଛି । ଏ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।