ରାଉରକେଲା, ୭/୪ : ରାଉରକେଲାରେ ଗ୍ୟାସ୍ କଳାବଜାରୀ। ସେକ୍ଟର ୯ ଇ ବ୍ଲକ୍ ସ୍ଥିତ ଏକ ଗାଡି ଗ୍ୟାରେଜ୍ ଭିତରେ ଲୁଚାଇଥିଲେ ଗ୍ୟାସ୍ ସିଲିଣ୍ଡର। ଖବର ପାଇ ଚଢାଉ କଲା ଯୋଗାଣ ବିଭାଗ। ୧୬୧ ଟି ସିଲିଣ୍ଡର ଜବତ। ଉଭୟ କମର୍ସିଆଲ୍ ଓ ଘରୋଇ ସିଲିଣ୍ଡର ଜବତ ହୋଇଛି। ଏତେ ପରିମାଣର ଗ୍ୟାସ ସିଲିଣ୍ଡର କିଏ ରଖିଥିଲା ତାହା ସ୍ପଷ୍ଟ ହୋଇନାହିଁ। ଯୋଗାଣ ବିଭାଗ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଗ୍ୟାରେଜ୍ ମାଲିକ ଚମ୍ପଟ ମାରିଛି।

ଏହି ଖବରଟିକୁ ପଢନ୍ତୁ- ଚୌଦ୍ୱାର ଜେଲ୍ ରୁ ଫେରାର୍ ମାମଲା: ରାଜାକୁ ପଚରାଉଚରା ପାଇଁ ମହୀଶୂହ ପୁଲିସର ଆବେଦନ, ୭ ଦିନିଆ ରିମାଣ୍ଡ୍ ମାଗିବ କଟକ ପୁଲିସ