ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ନାଉପାଳଗଡିରେ ବେଆଇନ ଗ୍ୟାସ୍ ଗୋଦାମରେ ଅଗ୍ନିକାଣ୍ଡ, ଫାଟିଲା ୮ରୁ ଅଧିକ ଟାଙ୍କି

Published By : Prameya | May 12, 2025 3:31 PM

ସୋର, ୧୨/୦୫ : ବାଲେଶ୍ଵର ବଳରାମଗଡି ମେରାଇନ ଥାନା ନାଉପାଳଗଡିରେ ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ। ଗୋଟିଏ ପରେ ଗୋଟିଏ କରି ଫାଟିଲା ୮ରୁ ଅଧିକ ଗ୍ୟାସ ଟାଙ୍କି। ଭୟଙ୍କର ବିସ୍ଫୋରଣରେ ଥରିଲା ସମଗ୍ର ଅଞ୍ଚଳ। ଯିଏ ଯେଉଁଠି ପାରିଲେ ସୁରକ୍ଷିତ ସ୍ଥାନକୁ ଦୌଡିଲେ। ଖବର ପାଇ ଦୁଇଟି ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କଲେ। ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି।ଇଲେକ୍ଟ୍ରି ସଟ୍ ସର୍କିଟ୍ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଏତେ ଭୟଙ୍କର ଥିଲା ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ ସିଲିଣ୍ଡର ଟୁକୁଡା ଫାଟି ଅନେକଙ୍କ ଘରଦ୍ବାର ଭାଙ୍ଗିଯାଇଥିବା ଦେଖାଯାଇଛି। ଏହି ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି। ତେବେ ବେଆଇନ ଗ୍ୟାସ୍ ସିଲିଣ୍ଡର ଗୋଦାମ କାହା ନିର୍ଦେଶରେ ଚାଲିଥିଲା ବୋଲି ପ୍ରଶ୍ନ ଉଠିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.