ମୁମ୍ବାଇ,୨୧/୪ : ଆଇପିଏଲ୍ ୨୦୨୬ ମଧ୍ୟରେ ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମ ସୂଚନା ଅନୁସାରେ ଗମ୍ଭୀର ଭାରତୀୟ ଟିମର ବ୍ୟସ୍ତ ସିଡ୍ୟୁଲକୁ ନେଇ ନାରାଜ ଅଛନ୍ତି । ଭାରତର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଟେଷ୍ଟ ଅଧିନାୟକ ଗିଲ୍, ବିସିସିଆଇର ଏହି ନିଷ୍ପତ୍ତିରେ ଖୁସି ନାହାନ୍ତି । ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ ଆଇପିଏଲ୍ ୨୦୨୬ ସିଜନ ଶେଷ ହେବାର କିଛି ଦିନ ପରେ ରଖାଯାଇଛି । ଏହି ଟି-୨୦ ଲିଗର ଫାଇନାଲ୍ ୩୧ମଇରେ ହେବ । ଯାହାକି ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ୬ଜୁନରୁ ଆରମ୍ଭ ହେବାକୁ ଅଛି । ମାତ୍ର ଏବେ ଏହା ଜଣାନାହିଁ କି ଆଇପିଏଲ୍ ପ୍ଲେ-ଅଫରେ କେଉଁ ଟିମ୍ ପହଞ୍ଚିବ । କିନ୍ତୁ ଅଜିତ ଅଗରକରଙ୍କ ନେତୃତ୍ବାଧିନ ଚୟନ ସମିତିକୁ ଆଫାଗାନିସ୍ତାନ ବିପକ୍ଷ ମ୍ୟାଚ୍ ଲାଗି କିଛି ରିଜର୍ଭ ଖେଳାଳୀଙ୍କୁ ପଡ଼ିଆକୁ ଓହ୍ଲାଇ ପାରନ୍ତି ।
ସୂଚନା ଅନୁସାରେ ଗମ୍ଭୀର ଏବଂ ଗିଲ୍ ପ୍ରଥମରୁ ବି ଏହି ଭଳି ଟାଇଟ୍ ସିଡ୍ୟୁଲ୍ ଉପରେ ଆପତ୍ତି ଉଠାଇଥିଲେ । ଏବେ ସେ ନିଜକୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପାଉଛନ୍ତି, ଯାହା ସେ ଆରମ୍ଭରୁ ଚାହୁଁ ନଥିଲେ । ମାତ୍ର ସିଲେକ୍ଟର୍ସ ଏକ ‘ପ୍ଲାନ ବି’ ପ୍ରସ୍ତୁତ କରୁଛନ୍ତି । ଯେଉଁଥିରେ ଗୁରନୂର ବରାର, ମାନବ ସୁଧାର, ଆକିବ ନବୀ, ଦେବଦତ୍ତ ପଡ଼ିକ୍କଲ ଏବଂ କିଛି ଅନ୍ୟ ଖେଳାଳୀଙ୍କୁ ଟେଷ୍ଟ ମ୍ୟାଚରେ ନିଆଯାଇପାରେ । ଏହି ଖେଳାଳୀ ଫାଷ୍ଟ-କ୍ଲାସ କ୍ରିକେଟରେ ନିଜ ପ୍ରଦର୍ଶନ ବହୁ ପ୍ରଭାବିତ କରିଛନ୍ତି ଏବଂ ତାଙ୍କୁ ଏହି ଗୋଟିଏ ଟେଷ୍ଟ ମ୍ୟାଚ୍ ଲାଗି ଟିମରେ ସାମିଲ କରାଯାଇପାରେ ।
ଆଇପିଏଲ୍ ଫାଇନାଲ ଏବଂ ଆଫଗାନିସ୍ତାନ ଟେଷ୍ଟ ମଧ୍ୟରେ ଅଧିକ ଗ୍ୟାପ୍ ନାହିଁ । ଏଥିଲାଗି ଚୟନକର୍ତ୍ତା ଏବଂ ମ୍ୟାନେଜମେଣ୍ଟ ଏହି କଥା ଉପରେ ଧ୍ୟାନ ରଖିବେ କି ଖେଳାଳୀଙ୍କୁ ଅଧିକ ବୋଝ ନ ପଡ଼ୁ । କାରଣ ଏହାପରେ ୩ଓ୍ବାନଡେ ମ୍ୟାଚ୍ ଏବଂ ପରେ ଇଂଲଣ୍ଡରେ ହ୍ବାଇଟ୍ ବଲ୍ ସିରିଜ ହେବାକୁ ଅଛି ।