ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଯୁଦ୍ଧବିରତି ଚୁକ୍ତି ଘୋଷଣା ହେବା ପର ଠାରୁ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ୭୨ ଜଣଙ୍କର ମୃତ୍ୟୁ, ହମାସ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦାବି...

Published By : Ladu Kishor | January 16, 2025 10:32 PM

ନୂଆଦିଲ୍ଲୀ: ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି (ଗୁରୁବାର) କହିଛି ଯେ ଯୁଦ୍ଧବିରତି ଚୁକ୍ତି ଘୋଷଣା ହେବା ପର ଠାରୁ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ କହିଛି ଯେ, ଏହି ସଂଖ୍ୟା କେବଳ ଗାଜା ସହରର ଦୁଇଟି ହସ୍ପିଟାଲରେ ପହଞ୍ଚିଥିବା ମୃତଦେହ ସହିତ ଜଡିତ ଏବଂ ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ।

ମନ୍ତ୍ରଣାଳୟର ପଞ୍ଜୀକରଣ ବିଭାଗର ମୁଖ୍ୟ ଜାହିର ଅଲ-ୱାହିଦି କହିଛନ୍ତି ଯେ, ଗତକାଲି ଏକ ରକ୍ତାକ୍ତ ଦିନ ଥିଲା ଏବଂ ଆଜି ପରିସ୍ଥିତି ଆହୁରି ଖରାପ ରହିଛି"। ଏହା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ ଯେ, ହମାସ ସହିତ "ଶେଷ ମୁହୂର୍ତ୍ତର ସଙ୍କଟ" ଯୋଗୁଁ ଇସ୍ରାଏଲ ଏକ ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିବାରେ ବିଳମ୍ବ କରୁଛି । ଏହି ଅସ୍ତ୍ରବିରତି ଚୁକ୍ତିନାମାର ଲକ୍ଷ୍ୟ ହେଉଛି ଗାଜାପଟ୍ଟିରେ ସଂଘର୍ଷ ବନ୍ଦ କରିବା ଏବଂ ଅନେକ ବନ୍ଧକଙ୍କୁ ମୁକ୍ତ କରିବା।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ କତରଙ୍କ ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଘୋଷଣା ହେବାର କିଛି ଘଣ୍ଟା ପରେ ନେତାନ୍ୟାହୁ ଚୁକ୍ତିନାମାରେ କିଛି ଅସୁବିଧା ପ୍ରତି ଇଙ୍ଗିତ କରିଥିଲେ । ବୁଧବାର ଦିନ ଘୋଷିତ ଚୁକ୍ତି ଅନୁଯାୟୀ, ଗାଜାରୁ ଅନେକ ବନ୍ଧକଙ୍କୁ ମୁକ୍ତ କରାଯିବ ଏବଂ ପାଲେଷ୍ଟାଇନୀ କଏଦୀ ମାନଙ୍କୁ ଇସ୍ରାଏଲରୁ ଫେରିବାକୁ ଅନୁମତି ଦିଆଯିବ । ଯୁଦ୍ଧବିରତି ପରେ, ଯୁଦ୍ଧ ସମାପ୍ତ କରିବା ପାଇଁ ପଦକ୍ଷେପ ନିଆଯିବ । ସୂଚନାଥାଉକି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ ପନ୍ଦର ମାସ ଧରି ଯୁଦ୍ଧ ଚାଲିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.